ଲକ୍‌ଡାଉନ: ବାହାରକୁ ନ ଯାଇ ପାରି ବାଡିରେ ଖୋଳିଲେ ୨୫ ଫୁଟର କୂଅ

ମୁମ୍ବାଇ,୨୧।୪: କରୋନା ଭାଇରସ ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାରୁ ଏଠାରେ ଅନ୍ୟ ରାଜ୍ୟ ଅପେକ୍ଷା ଲକ୍‌ଡାଉନ କଟକଣା ସାମାନ୍ୟ ଅଧିକ ରହିଛି। ଏହି ସମୟରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରଯାଇଥିବା ବେଳେ ସେଠାରେ କିନ୍ତୁ ପାନୀୟ ଜଳର ସମସ୍ୟା ଥିବାରୁ ଏବେ ଲୋକେ ପାଣି ଟୋପାଏ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ପାଣି ସମସ୍ୟାର ସମାଧାନ କରିବାକୁ ଯାଇ ଗଜାନନ ପକମୋଡେ ଓ ତାଙ୍କ ପତ୍ନୀ ଲକ୍‌ଡାଉନ ସମୟରେ ବାହାରକୁ ନ ଯାଇ ନିଜ ବାଡିରେ ଏକ ୨୫ ଫୁଟ କୂଅ ଖୋଳିଛନ୍ତି। ସେମାନେ କୁହନ୍ତି ଲକ୍‌ଡାଉନ ସମୟରେ ବାହାରକୁ ପାଣି ପାଇ ନ ଯାଇ ପାରିବାରୁ ଆମେ ଏହି କୂଅ ଖୋଳିଛୁ ଯାହା ଆମ ପାଣି ସମସ୍ୟାର ସମାଧାନ କରିବ।

Share