ଲକ୍‌ଡାଉନ ପ୍ରଭାବ: ବଡ଼ ପରଦାରେ ରିଲିଜ୍‌ ହେବ ନାହିଁ ଫିଲ୍ମ ‘ଗୁଲାବୋ ସିତାବୋ’

ମୁମ୍ବାଇ: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକ୍‌ଡାଉନ ଜାରି ରହିଥିବାରୁ ବହୁ ଫିଲ୍ମ ଶୁଟିଂ ଓ ରିଲିଜ୍‌ ବନ୍ଦ ରହିଛି। ସେଥିମଧ୍ୟରୁ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଗୁଲାବୋ ସିତାବୋ’ ଅନ୍ୟତମ। ଲକ୍‌ଡାଉନ ଯୋଗୁ ଏହି ଫିଲ୍ମ ରିଲିଜ୍‌ ହୋଇପାରି ନ ଥିବା ବେଳେ ଏହାକୁ ନେଇ ବହୁ କଳ୍ପନା ଜନ୍ପନା ଲାଗି ରହିଥିଲା। ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନିର୍ଦ୍ଦେଶକ ସୁଜିତ ସରକାର ଏନେଇ ଏକ ଘୋଷଣା କରିଛନ୍ତି। ଫିଲ୍ମ ଗୁଲାବୋ ସିତାବୋ ବଡ଼ ପରଦାରେ ରିଲିଜ୍‌ ହେବା ପରିବର୍ତ୍ତେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଜୁନ ୧୨ରେ ଏହି ଫିଲ୍ମକୁ ଆମାଜନ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ କରାଯିବ ବୋଲି ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ଅଭିନେତା ଓ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଫିଲ୍ମ ଗୁଲାବୋ ସିତାବୋ ପ୍ରତ୍ୟେକଙ୍କ ଜୀବନର ଏକ ସାରାଂଶ ହୋଇଥିବା ବେଳେ ଏହି ଡ୍ରାମା ଓ କମେଡ଼ି ଫିଲ୍ମକୁ ଲକ୍‌ଡାଉନ ସମୟରେ ପରିବାର ସହ ଘରେ ଦେଖନ୍ତୁ ବୋଲି ଅମିତାଭ ଦର୍ଶକଙ୍କୁ ନିବେଦନ କହିଛନ୍ତି।

Share