ଲକ୍‌ଡାଉନ ପ୍ରଭାବ: ଜୀବନ ବଞ୍ଚାଇଛି କାଇପୋକ, କନ୍ଦା ଆଳୁ

କାଳିଆପାଣି,୮।୪(ଡିଏନଏ):  ଯାଜପୁର ଜିଲା ସୁକିନ୍ଦା ବ୍ଳକ କଅଁସ ପଞ୍ଚାୟତର ଟିକରପଡ଼ା ଗ୍ରାମରେ ଏବେ ୫୩ ପରିବାର ବସବାସ କରୁଥିବାବେଳେ ବୁଧବାର ମାତ୍ର ୧୦ ପରିବାର ପାଖରେ ପହଞ୍ଚିଛି ଚାଉଳ ଓ ଆଳୁ। ଫଳରେ ଆହୁରି ୪୩ ପରିବାର କାଇ ପୋକ, ବାସି ତୋରାଣି ସହ କନ୍ଦାଆଳୁ ଖାଇ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ଲକଡାଉନର ଏତେଦିନ ପରେ ବି ସେମାନଙ୍କ ନିକଟରେ କୌଣସି ସାହାଯ୍ୟ ସହଯୋଗ ନ ପହଞ୍ଚିବାରୁ ଜଙ୍ଗଲରୁ କାଇପୋକ ଓ କନ୍ଦାଆଳୁ ସଂଗ୍ରହ କରି ତାହାକୁ ଖାଇ ଜୀବନ ବଞ୍ଚାଉଥିବା ସଏଁ ପଧାନ, ଗଙ୍ଗା ପଧାନ, ଘସିଆ ପଧାନ, ବୈଷମ ପଧାନ ପ୍ରକାଶ କରିଛନ୍ତି। ସୂଚନା ଥାଉକି, ଜିଲାର ମାଓପ୍ରବଣ ଅଞ୍ଚଳଭାବେ ପରିଚିତ ଜଙ୍ଗଲଘେରା ଟିକରପଡ଼ା ଗ୍ରାମରେ ଜୁଆଙ୍ଗ ଓ ଆଦିବାସୀ ମିଶି ୫୩ ପରିବାର ବସବାସ କରୁଛନ୍ତି। ଲକଡାଉନ ଯୋଗୁ ଏମାନେ କାମଧନ୍ଧା କରିବାକୁ କି ବାହାରକୁ ଯାଇପାରୁ ନାହାନ୍ତି। ଫଳରେ ଘରେ ରହିଥିବା କିଛି ସଞ୍ଚିତ ଚାଉଳକୁ ରାନ୍ଧି ଖାଉଥିବାବେଳେ ତାହା ଏବେ ଶେଷ ପ୍ରାୟ ହୋଇଗଲାଣି। ଏପରିସ୍ଥଳେ ଏହି ପରିବାର ଜଙ୍ଗଲରୁ କାଇ ପୋକ ଓ କନ୍ଦା ଆଳୁ ଆଣି ଅଳ୍ପ ଚାଉଳ ଫୁଟାଇ କାଇପୋକ ସହ ତୋରାଣି ପିଇ ବଞ୍ଚୁଥିବା ଦେଖିବାକୁ ମିଳିଛି। ଭୋକ ଉପାସରେ ଦିନ କଟୁଥିବାବେଳେ ପ୍ରତିଦିନ ସକାଳୁ ଜଙ୍ଗଲରୁ ଏହି ଖାଦ୍ୟ ସଂଗ୍ରହ କରି ଖାଇବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଅସହାୟଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ବ୍ୟବସ୍ଥା ରହିଥିବାବେଳେ ଏମାନଙ୍କ ନିକଟକୁ କୌଣସି ସହଯୋଗ ପହଞ୍ଚି ପାରିନାହିଁ। ସେହିପରି ପ୍ରତିପଞ୍ଚାୟତରେ ଦିଆଯାଉଥିବା ରନ୍ଧା ଖାଦ୍ୟ ମଧ୍ୟ ଏମାନଙ୍କ ନିକଟରେ ଅଦ୍ୟାବଧି ପହଞ୍ଚି ପାରିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ପରିବାର ମଧ୍ୟରୁ ଅଧିକାଂଶ ପରିବାର ଲୋକଙ୍କ ନିକଟରେ ଆଧାର କାର୍ଡ ନ ଥିବାରୁ ପିଡିଏସ ରାଶନରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଏନେଇ କଅଁସ ସରପଞ୍ଚ ରବୀନ୍ଦ୍ର ସାହୁଙ୍କୁ ମଙ୍ଗଳବାର ଯୋଗାଯୋଗ କରାଯାଇଥିବାବେଳେ ବୁଧବାରଠାରୁ ଲେକଙ୍କ ନିକଟରେ ରନ୍ଧାଖାଦ୍ୟ ପହଞ୍ଚିବ ବୋଲି କହିଥିଲେ ହେଁ ମାତ୍ର ୧୦ ପରିବାର ନିକଟରେ ଶୁଖିଲା ଖାଦ୍ୟ ପହଞ୍ଚା ଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri