ଲକ୍‌ଡାଉନ ନିୟମ ଭାଙ୍ଗି ଗିରଫ ହେଲେ ୧୦,୭୨୯

ମୁମ୍ବାଇ,୧୮।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଆବଶ୍ୟକ ନ ଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି। ହେଲେ ଏହି ସମୟରେ ମହାରାଷ୍ଟ୍ରରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ କରି ପାଖାପାଖି ୧୦,୭୨୯ଜଣ ଗିରଫ ହୋଇଥିବା ସୂଚନା ମିଳିଛି। ଏହାସହ ମହାରାଷ୍ଟ୍ର ପୋଲିସ ୩୩,୯୮୪ ଗାଡି ସିଜ୍‌ କରିଛି ଓ ୫୨,୬୨୬ ମାମଲା ରୁଜୁ କରିଥିବା ସୂଚନା ମିଳିଛି। କରୋନା ଭାଇରସ ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ର ସବୁଠାରୁ ଆଗରେ ଥିବା ବେଳେ ଏଠାରେ ୮ ଜଣ ପୋଲିସ ଅଧିକାରୀ ଓ ୨୯ ଅନ୍ୟ ପୋଲିସ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।

Share