ଲକ୍‌ଡାଉନ ଖୋଲିବା ପରେ ସମୁଦ୍ର କୂଳରେ ନଜର ଆସିଲେ ଶୈଫିନା

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ଗତ ମାର୍ଚ୍ଚ ମାସ ଶେଷରୁ ମେ’ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା ଲକ୍‌ଡାଉନ। ଏହି ସମୟରେ ବଲିଉଡ୍‌ର ସମସ୍ତ ଶୁଟିଂକୁ ବାତିଲ କରାଯାଇଥିଲା। ଏବେ ଲକ୍‌ଡାଉନ ଖୋଲିଯିବା ସହ ଦେଶରେ ଅନ୍‌ଲକ୍‌ ୧.୦ ଜାରି ରହିଛି। ଏତେଦିନ ଘରେ ରହିବା ପରେ ଗତ ରବିବାର ବଲିଉଡ୍‌ ନାୟିକା କରିନା କପୁର, ସ୍ବାମୀ ଶୈଫ ଅଲି ଖାଁ ଓ ପୁଅ ତୈମୁରଙ୍କୁ ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା। ହେଲେ ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଯୋର ଧରିଛି। କୁହାଯାଉଛି କି ଏମାନେ କୁଆଡେ ମାସ୍କ ପିନ୍ଧି ନ ଥିବାରୁ ପୋଲିସ ଏମାନଙ୍କୁ ବାହାରେ ବୁଲିବାକୁ ବାରଣ କରିଥିଲା। ଆହୁରି କୁହାଯାଉଛି କି ତୈମୁରକୁ ନେଇ ବାହାରକୁ ଆସିଥିବାରୁ ପୋଲିସ ଏମାନଙ୍କୁ ଏଭଳି ଭାବେ ବାହାରେ ବୁଲିବା ଠିକ୍‌ ନୁହେଁ ବୋଲି କହିଥିଲା।

Share