ଲକ୍‌ଡାଉନ କଟକଣା କୋହଳ: ମାର୍କେଟ କମ୍ପ୍ଲେକ୍ସ, ସପିଂ ମଲ୍‌କୁ ଛାଡି ଅନ୍ୟ ସବୁ ଦୋକାନ ଖୋଲିବ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): କରୋନା(କୋଭିଡ-୧୯) ମୂକାବିଲା ପାଇଁ ସମଗ୍ର ଜିଲାରେ ଲକ୍‌ଡାଉନ ଜାରି ରହିଛି। ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର, ସପିଂ ମଲ ବନ୍ଦ ରହିଥିଲା। ତେବେ ଶନିବାରଠାରୁ ଏଥିରେ କିଛିଟା କୋହଳ ହୋଇଛି। ଗ୍ରାମାଞ୍ଚଳର ସପିଂ ମଲ୍‌କୁ ଛାଡ଼ି ଅନ୍ୟସବୁ ଦୋକାନ ଖୋଲିବ। ସେହିପରି ସହରାଞ୍ଚଳ ମାର୍କେଟ କମ୍ପ୍ଲେକ୍ସ ଓ ସପିଂ ମଲ୍‌କୁ ଛାଡି ଅନ୍ୟ ସମସ୍ତ ଦୋକାନ ଖୋଲିବ। ପୂର୍ବଭଳି ଇ-କମର୍ସ କମ୍ପାନୀଗୁଡିକ ଜରୁରୀ ସାମଗ୍ରୀ ବିକ୍ରି କରିପାରିବେ। ତେବେ ମଦ ବିକ୍ରି ଉପରେ ପୂର୍ବଭଳି କଟକଣା ଜାରି ରହିବ। ହଟ୍‌ସ୍ପଟ କିମ୍ବା ମଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ଦୋକାନ ଖୋଲିବ ନାହିଁ। ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।