Categories: ଫୁରସତ

ଲକ୍‌ଡାଉନ: ଏକ ଟଙ୍କାରେ ଇଡଲି ଯୋଗାଉଛନ୍ତି ୮୫ ବର୍ଷୀୟା ବୃଦ୍ଧା

ତାମିଲନାଡୁର କୋଏମ୍ବାଟୁର ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂର ପେରୁର ନିକଟରେ ଭାଦିଭେଲାମପାଲୟମ ଗାଁରେ ରହୁଥିବା ୮୫ ବର୍ଷୀୟା ବୃଦ୍ଧା କମଲାଥଲ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମସ୍ତଙ୍କ ଆଦରର ଦାଦିଭାବେ ପରିଚିତ କମଲାଥଲ ବେଶ୍‌ କିଛି ବର୍ଷ ହେବ ଲୋକଙ୍କୁ ୧ ଟଙ୍କାରେ ଇଡଲି, ଶମ୍ବର ଓ ଚଟନି ଖାଇବାକୁ ଦେଉଛନ୍ତି। ଏବେ କରୋନା ଭାଇରସ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ କମଲାଥଲ କିନ୍ତୁ ତାଙ୍କ ସେବା ବନ୍ଦ କରି ନାହାନ୍ତି। କେହି ଶ୍ରମିକ ଯେମିତି ଭୋକିଲା ନ ରହୁ ତାକୁ ଦୃଷ୍ଟିରେ ରଖି ସେ ଏବେବି ୧ ଟଙ୍କାରେ ଇଡଲି ଯୋଗାଇ ଦେଉଛନ୍ତି। ଲକ୍‌ଡାଉନ ସମୟରେ କିଏ କେତେ ପ୍ରକାର ଜିନିଷର ଦାମ୍‌ ବୃଦ୍ଧି କରି ବିକ୍ରି କରିଥିବା ବେଳେ କମଲାଥଲ କିନ୍ତୁ ଅନ୍ୟମାନଙ୍କଠାରୁ ଯେ ଭିନ୍ନ ତାହା ସ୍ପଷ୍ଟ ହୋଇଛି। ପାଖାପାଖି ୩୦ ବର୍ଷ ହେବ କମଲାଥଲ ଏହି କାମ କରୁଥିବା ବେଳେ ଲାଭ ଆଶରେ ନୁହେଁ ବରଂ ଅନ୍ୟର ଭୋକ ମେଣ୍ଟାଇବାକୁ ସେ ଇଡଲି ବିକ୍ରି କରୁଥିବା କହିଛନ୍ତି। ଲକ୍‌ଡାଉନ ପୂର୍ବରୁ ସେ ଦୈନିକ ୧ହଜାର ଇଡଲି ତିଆରି କରୁଥିବା ବେଳେ ସବୁକାମ ସେ ଏକା କରନ୍ତି ବୋଲି କୁହନ୍ତି। ସେତେବେଳେ ଆଖପାଖ ଦୋକାନରେ ଇଡଲି ୬ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ କମଲାଥଲ କିନ୍ତୁ ୧ ଟଙ୍କାରେ ବିକ୍ରି କରନ୍ତି ବୋଲି କୁହନ୍ତି।

Share