ଲକ୍‌ଡାଉନ ଉଲ୍ଲଂଘନକାରୀଙ୍କୁ ଉଠ୍‌ବସ୍‌ କଲା ପୋଲିସ

ବିନିକା,୨୯ା୩(ଡି.ଏନ୍‌.ଏ.) ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସୁବର୍ଣ୍ଣପୁର ଜିଲା ବିନିକା ଥାନା ପୋଲିସ। ବିନା କାରଣରେ ରାସ୍ତାକୁ ଆସୁଥିବା ଯୁବକଙ୍କୁ ଉଠ୍‌ବସ କରିଛି। ବିନିକା-ସୋନପୁର ମୁଖ୍ୟରାସ୍ତାର ଡଭଲା ଛକରେ ଶନିବାର ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ବିନିକା ଥାନାଧିକାରୀ କୁଶ ପାଣିଗ୍ରାହୀଙ୍କୁ ପଚାରିବାରୁ କରୋନା ପାଇଁ ଏବେ ସାରା ଦେଶରେ ସତର୍କତା ଅବଲମ୍ବନ କରାଯାଉଛି। ନିଜ ଘର ହିଁ ସମସ୍ତଙ୍କ ପାଇଁ ସୁରକ୍ଷା କେନ୍ଦ୍ର। ମାତ୍ର ଏହାକୁ ଅମାନ୍ୟ କରି ମିଛ ବାହାନା ଦେଖାଇ କେତେଜଣ ଯୁବକ ବିନା କାରଣରେ ରାସ୍ତାକୁ ଆସୁଛନ୍ତି। ସେମାନଙ୍କୁ ଉଚିତ୍‌ ଶିକ୍ଷା ଦେବାକୁ ପୋଲିସ ଏଭଳି କରିଥିବା ସେ କହିଛନ୍ତି।