Posted inକଟକ

ଲକ୍‌ଡାଉନ ଆଇନ ଉଲ୍ଲଂଘନ କରି ୩ ଗିରଫ

କଣ୍ଟାପଡା,୨୮ା୩(ଡି.ଏନ୍‌.ଏ.)- କଣ୍ଟାପଡ଼ା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଲକଡାଉନ ଆଇନ ଉଲ୍ଲଂଘନ କରିଥିବାରୁ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଏ ନେଇ ଗୋବିନ୍ଦପୁର ଥାନାଧିକାରୀ ମାନସର ରଞ୍ଜନ ମିଶ୍ର ନଂ. ୩୬, ୩୭ ଏବଂ ୩୮/୨୦ରେ ମାମଲା ରୁଜୁ କରିଛନ୍ତିି। ମହାମାରୀ କରୋନାରୁ ଦେଶବାସୀଙ୍କୁ ରକ୍ଷାକରିବାକୁ ଯାଇ ସରକାର ସମଗ୍ର ଦେଶରେ ୨୧ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ସେହିଭଳି ଜରୁରୀ କାର୍ଯ୍ୟ ନ ଥିଲେ ଅଯଥାରେ ବାହାରେ ନ ବୁଲିବା ଓ ଗଁାରେ ସାମାଜିକ ଦୂରତ୍ୱ ରଖିବା ପାଇଁ ଲୋକଙ୍କୁ ନିବେଦନ କରାଯାଉଛି। ମାତ୍ର ଏହାକୁ ବହୁ ବ୍ୟକ୍ତି ନ ମାନି ମନଇଚ୍ଛା ବାହାରେ ବାଇକ୍‌ରେ ବୁଲିବାରେ ଲାଗିଛନ୍ତି। ଗତ କିଛିଦିନ ହେଲା ଗୋବିନ୍ଦପୁର ପୋଲିସ ଏପରି ନ କରିବାପାଇଁ ନିବେଦନ କରି ଆସୁଥିଲେ ମଧ୍ୟ କେତେକ ଅସାମାଜିକ ବ୍ୟକ୍ତି ଏହାକୁ ନ ମାନିବାରୁ ଶୁକ୍ରବାରଠାରୁ ପୋଲିସ ଆକ୍ସନ ମୁଡରେ ଆସିଛି। ପୋଲିସ ପକ୍ଷରୁ କଡ଼ା ଯାଞ୍ଚ କରାଯାଇ ଶୁକ୍ରବାର ୨ଜଣଙ୍କୁ ଓ ଶନିବାର ଜଣକୁ ଗିରଫକରି ୩ଟି ଗାଡି ଜବତ କରିଛି। ଏଥିସହିତ ପୋଲିସ ଗୋବିନ୍ଦପରୁ ଅଞ୍ଚଳର ବିଭିନ୍ନ ଛକବଜାରରେ ପାଟ୍ରୋଲିଂ କରି ବିଶୃଙ୍ଖଳାକାରୀଙ୍କ ବିରୋଧରେ ଆକ୍ସନ ନେବା ଆମ୍ଭ କରିଛି। ଆଗକୁ ଏହି କାର୍ଯ୍ୟାନୁଷ୍ଠାନ ବ୍ୟାପକ ହେବ ବୋଲି ଥାନାଧିକାରୀ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

୭.୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ,୨୨ା୪ (କାର୍ତ୍ତିକ ସାହୁ) ଜିଲା ଅବକାରୀ ବିଭାଗ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସତ୍ୟବ୍ରତ ଷ୍ଟାଡିୟମ ନିକଟରୁ ଜଣେ ବ୍ରାଉନସୁଗାର ମାଫିଆକୁ ସୋମବାର ଗିରଫ କରିଛି। ଅଭିଯୁକ୍ତ...

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ

କଟକ,୨୨ା୪: କଟକ ଜିଲା ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ସୋମବାର ଶେଷ ହୋଇଛି। ତେବେ ଆଜି ଏହି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ।...

LLB ଷଷ୍ଠ ସେମିଷ୍ଟର ପେପର୍‌-୧ ପରୀକ୍ଷା ବାତିଲ

କଟକ,୨୨।୪: LLB ଷଷ୍ଠ ସେମିଷ୍ଟରର ପେପର୍‌-୧ ପରୀକ୍ଷା ବାତିଲ ହୋଇଯାଇଛି। ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିବା ଅଭିଯୋଗରେ ପରୀକ୍ଷା ବାତିଲ ହୋଇଥିବା ଜଣାପଡିଛି। ମଧୁସୂଦନ ଆଇନ...

ଝୁଲି ରହିଛି ୨ ଅଭିନେତାଙ୍କ ଭାଗ୍ୟ

କଟକ,୨୨ା୪(ଶିଳ୍ପା ପ୍ରିୟଦର୍ଶିନୀ):ବିଜେଡି ଛାଡି ଭାଜପାରେ ଅଭିନେତା ଅରିନ୍ଦମ ରାଏ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ ଓ ଅନୁଭବ ମହାନ୍ତି ଯୋଗଦେଇଛନ୍ତି। ବିଜେଡି ଦଳ ଛାଡିବାରେ ସର୍ବପ୍ରଥମେ...

ବେପାର ମାନ୍ଦା କରୁଛି ତାତି

କଟକ,୨୧ା୪(ଦିବାକର ସାହୁ)ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ୧୦ଟା ପରେ ଘରୁ...

୧୫ ବର୍ଷ ପରେ ହାଇକୋର୍ଟରୁ ମହିଳାଙ୍କୁ ମିଳିଲା ନ୍ୟାୟ

କଟକ,୨୦ା୪(କାର୍ତ୍ତିକ ସାହୁ): ଦୀର୍ଘ ୧୫ବର୍ଷ ପରେ ନ୍ୟାୟିକ ଲଢ଼େଇର ଅନ୍ତ ଘଟିଛି। ଅଙ୍ଗନଓ୍ବାଡିି କର୍ମୀ ପଦବୀ ନିମନ୍ତେ ଚୟନ ହେବା ପରେ ନିରାଶ ହୋଇଥିବା ଜଣେ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri