Posted inକଟକ

ଲକ୍‌ଡାଉନ ଆଇନ ଉଲ୍ଲଂଘନ କରି ୩ ଗିରଫ

କଣ୍ଟାପଡା,୨୮ା୩(ଡି.ଏନ୍‌.ଏ.)- କଣ୍ଟାପଡ଼ା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଲକଡାଉନ ଆଇନ ଉଲ୍ଲଂଘନ କରିଥିବାରୁ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଏ ନେଇ ଗୋବିନ୍ଦପୁର ଥାନାଧିକାରୀ ମାନସର ରଞ୍ଜନ ମିଶ୍ର ନଂ. ୩୬, ୩୭ ଏବଂ ୩୮/୨୦ରେ ମାମଲା ରୁଜୁ କରିଛନ୍ତିି। ମହାମାରୀ କରୋନାରୁ ଦେଶବାସୀଙ୍କୁ ରକ୍ଷାକରିବାକୁ ଯାଇ ସରକାର ସମଗ୍ର ଦେଶରେ ୨୧ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ସେହିଭଳି ଜରୁରୀ କାର୍ଯ୍ୟ ନ ଥିଲେ ଅଯଥାରେ ବାହାରେ ନ ବୁଲିବା ଓ ଗଁାରେ ସାମାଜିକ ଦୂରତ୍ୱ ରଖିବା ପାଇଁ ଲୋକଙ୍କୁ ନିବେଦନ କରାଯାଉଛି। ମାତ୍ର ଏହାକୁ ବହୁ ବ୍ୟକ୍ତି ନ ମାନି ମନଇଚ୍ଛା ବାହାରେ ବାଇକ୍‌ରେ ବୁଲିବାରେ ଲାଗିଛନ୍ତି। ଗତ କିଛିଦିନ ହେଲା ଗୋବିନ୍ଦପୁର ପୋଲିସ ଏପରି ନ କରିବାପାଇଁ ନିବେଦନ କରି ଆସୁଥିଲେ ମଧ୍ୟ କେତେକ ଅସାମାଜିକ ବ୍ୟକ୍ତି ଏହାକୁ ନ ମାନିବାରୁ ଶୁକ୍ରବାରଠାରୁ ପୋଲିସ ଆକ୍ସନ ମୁଡରେ ଆସିଛି। ପୋଲିସ ପକ୍ଷରୁ କଡ଼ା ଯାଞ୍ଚ କରାଯାଇ ଶୁକ୍ରବାର ୨ଜଣଙ୍କୁ ଓ ଶନିବାର ଜଣକୁ ଗିରଫକରି ୩ଟି ଗାଡି ଜବତ କରିଛି। ଏଥିସହିତ ପୋଲିସ ଗୋବିନ୍ଦପରୁ ଅଞ୍ଚଳର ବିଭିନ୍ନ ଛକବଜାରରେ ପାଟ୍ରୋଲିଂ କରି ବିଶୃଙ୍ଖଳାକାରୀଙ୍କ ବିରୋଧରେ ଆକ୍ସନ ନେବା ଆମ୍ଭ କରିଛି। ଆଗକୁ ଏହି କାର୍ଯ୍ୟାନୁଷ୍ଠାନ ବ୍ୟାପକ ହେବ ବୋଲି ଥାନାଧିକାରୀ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଲାଇଭ୍‌ ହେବ କଟକ ଦୁର୍ଗାପୂଜା: ୟୁଟ୍ୟୁବ୍‌-ୱେବସାଇଟ୍‌ରେ ସିଧା ପ୍ରସାରଣ ଦେଖିପାରିବେ ଶ୍ରଦ୍ଧାଳୁ

କଟକ,୨୪।୯: କଟକର ପ୍ରସିଦ୍ଧ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କଟକ ଦୁର୍ଗାପୂଜା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?