ଲକ୍‌ଡାଉନ୍‌-୨: ସରକାର ଜାରି କଲେ ନୂଆ ଗାଇଡ୍‌ ଲାଇନ୍‌

ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡ଼ାଉନ୍‌-୨(ଏପ୍ରିଲ୍‌-୧୫ରୁ ମେ ୩) ପାଇଁ ନୂଆ ଗାଇଡ୍‌ ଲାଇନ୍‌ ଜାରି ହୋଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ମେ ୩ ପର୍ଯ୍ୟନ୍ତ ଟ୍ରେନ୍‌ ,ମେଟ୍ରୋ ରେଲ୍‌, ବସ୍‌, ବିମାନ ଉଡ଼ାଣ, ଅଟୋ ରିକ୍ସା, କ୍ୟାବ୍‌ ସେବା ଆଦି ବନ୍ଦ ରହିବ। ସେହିପରି ସିନେମା ହଲ୍‌, ମଲ୍‌, ଜିମ୍‌, ବାର୍‌, ସ୍କୁଲ, କଲେଜ, କୋଚିଂ ଇନଷ୍ଟିଚ୍ୟୁଟ୍‌, ଟ୍ରେନିଂ ସେଣ୍ଟର, ଧାର୍ମିକ ଆୟୋଜନ, ଧାର୍ମିକ ସ୍ଥଳ ଆଦି ବନ୍ଦ ରହିବ। ତେବେ ଏପ୍ରିଲ୍‌ ୨୦ ପରେ ତେଜରାତି ଦୋକାନ, ପନିପରିବା, ଫଳ, ମାଛ, ମାଂସ, କ୍ଷୀର ଆଦି ଖୋଲିବା ଉପରେ ସସର୍ତ୍ତ କୋହଳ ବ୍ୟବସ୍ଥା କରାଯିବ। ସେହିପରି କୋରିଅର ସେବା, ଇ-କମର୍ସ ସେବା ଆଦିକୁ ମଧ୍ୟ କୋହଳ କରାଯିବ। ଅପରପକ୍ଷରେ ପୂର୍ବପରି ବ୍ୟାଙ୍କ-ଏଟିଏମ୍‌, ପେଟ୍ରୋଲ ପମ୍ପ୍‌, ଗ୍ୟାସ୍‌ ଯୋଗାଣ, ହସ୍ପିଟାଲ, ଔଷଧ ଦୋକାନ ଆଦି ଜାରି ରହିବ ବୋଲି ନୂଆ ଗାଇଡ୍‌ ଲାଇନ୍‌ରେ ପ୍ରକାଶ ପାଇଛି।

Share