ଲକ୍‌ଡାଉନ୍‌ ହଟିଲେ ମଧୁମେହ ରୋଗୀଙ୍କୁ ବିପଦ

ଲଣ୍ଡନ,୨୬ା୫: ଲକ୍‌ଡାଉନ ହଟାଯିବା ପରେ ମଧ୍ୟ ମଧୁମେହ ରୋଗୀଙ୍କୁ ଘର ଭିତରେ ରହିବାକୁ ପଡ଼ିପାରେ। କାରଣ କରୋନା ସଂକ୍ରମଣର ଅଧିକ ଆଶଙ୍କା ଥିବା ବର୍ଗରେ ସେମାନେ ରହିଛନ୍ତି। ଏପରି କି ସେମାନଙ୍କ ମୃତ୍ୟୁ ହେବାର ଆଶଙ୍କା ଅଧିକ ବୋଲି ଗବେଷକମାନେ କହିଛନ୍ତି।
ବ୍ରିଟେନର ନ୍ୟୁ ଆଣ୍ଡ ଏମାର୍ଜିଂ ରେସ୍ପିରେଟୋରି ଭାଇରସ୍‌ ଥ୍ରେଟ୍‌ସ ଆଡଭାଇଜରି ଗ୍ରୁପ୍‌ର ଚେୟାରମ୍ୟାନ ପ୍ରଫେସର ପିଟର ହୋର୍ବେ କହିଛନ୍ତି ଯେ, ମଧୁମେହ ରୋଗୀଙ୍କୁ ସବୁଠାରୁ ଅସୁରକ୍ଷିତ ଗୋଷ୍ଠୀ ଭାବେ ବିବେଚନା କରାଯାଉଛି। ସେମାନଙ୍କ ସ୍ବାସ୍ଥ୍ୟ ସମୀକ୍ଷା ସବୁବେଳେ କରାଯିବା ଉଚିତ। ଗତ ସପ୍ତାହରେ ବ୍ରିଟେନର ହସ୍ପିଟାଲଗୁଡ଼ିକରେ କରୋନାରେ ପ୍ରାଣ ହରାଇଥିବା ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣେ ମଧୁମେହରେ ଆକ୍ରାନ୍ତ ଥିଲେ। ଏହାକୁ ବିଶେଷଜ୍ଞମାନେ ଗମ୍ଭୀରତାର ସହ ଅନୁଧ୍ୟାନ କରୁଛନ୍ତି। ଏ ସମ୍ପର୍କରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ନୁଫିଲ୍ଡ ଡିପାର୍ଟମେଣ୍ଟ ଅଫ୍‌ ମେଡିସିନ ଅନ୍ତର୍ଗତ ଏମାର୍ଜିଂ ଇନ୍‌ଫେକ୍ସିଅସ୍‌ ଡିଜିଜ୍‌ ଆଣ୍ଡ ଗୋବାଲ୍‌ ହେଲ୍‌ଥର ପ୍ରଫେସରମାନେ ବର୍ତ୍ତମାନ ବିଭିନ୍ନ ଦେଶର ସରକାରୀ ପରାମର୍ଶଦାତାଙ୍କ ସହ ଆଲୋଚନା କରୁଛନ୍ତି ବୋଲି ଦୈନିକ ଟେଲିଗ୍ରାଫ୍‌ ରିପୋର୍ଟ କରିଛି।
ଲକ୍ଷଣ ଦୃଷ୍ଟିରୁ ମଧୁମେହ ରୋଗୀମାନେ ବର୍ତ୍ତମାନ ‘ଅତ୍ୟଧିକ ଅସୁରକ୍ଷିତ’ ପରିବର୍ତ୍ତେ ‘ଅସୁରକ୍ଷିତ’ ଶ୍ରେଣୀଭୁକ୍ତ ହୋଇଛନ୍ତି, ଯେଉଁମାନେ କି ସବୁଠାରୁ ଅଧିକ ପ୍ରଭାବିତ ଗୋଷ୍ଠୀ। ଏବେ ଯେକୌଣସି ପରିସ୍ଥିତିରେ ସେମାନେ ଘରେ ରହିବା ଉଚିତ ବୋଲି ସେମାନଙ୍କ ଡାକ୍ତରଙ୍କଠାରୁ ପରାମର୍ଶ ପାଉଛନ୍ତି। ମଧୁମେହ ରୋଗୀଙ୍କ ଉପରେ ମହାମାରୀ କରୋନାର ପ୍ରଭାବକୁ ନେଇ ଅଧିକ ଅନୁସନ୍ଧାନ ଆବଶ୍ୟକ କି ନାହିଁ ତାହା ବୈଜ୍ଞାନିକମାନେ ଆଲୋଚନା ଚଳାଇଛନ୍ତି। ସରକାରୀ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ, କରୋନା ସଂକ୍ରମଣରେ ଟାଇପ୍‌-୧ ମଧୁମେହ ରୋଗୀଙ୍କ ମୃତ୍ୟୁ ଘଟିବା ଆଶଙ୍କା ଅନ୍ୟ ରୋଗୀଙ୍କ ତୁଳନାରେ ସାଢ଼େ ୩ ଗୁଣ ଅଧିକ। ସେହିପରି ଟାଇପ୍‌-୨ ମଧୁମେହ ରୋଗୀମାନେ ପ୍ରାୟତଃ ମୋଟା ଏବଂ ଅଧିକ ଓଜନିଆ। କରୋନାରେ ଏହି ବର୍ଗର ରୋଗୀଙ୍କ ମୃତ୍ୟୁ ଆଶଙ୍କା ୨ଗୁଣ ବୋଲି ଜଣାପଡ଼ିଛି।
‘ଡାଇବେଟିସ୍‌ ୟୁକେ’ର ନୀତି ନିର୍ଦ୍ଦେଶକ ବ୍ରିଜେଟ୍‌ ଟର୍ନର କହିଛନ୍ତି, ସମସ୍ତ ମଧୁମେହ ରୋଗୀଙ୍କୁ ଗୋଟିଏ ଉପାୟରେ ଚିକିତ୍ସା କରାଯାଇପାରିବ ନାହିଁ। କାରଣ ଅନେକ ପ୍ରକାରର ମଧୁମେହ ରୋଗ ଅଛି। ଏପରି ପରିସ୍ଥିତିରେ ସମସ୍ତଙ୍କ ପାଇଁ ସମାନ ନିୟମ ପ୍ରୟୋଗ କରିବା ଠିକ୍‌ ନୁହେଁ।
ସବୁଠାରୁ ଅଧିକ ପ୍ରଭାବିତ କରୋନା ରୋଗୀଙ୍କ ମଧ୍ୟରେ ମେଦବହୁଳତା ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ଜଣାପଡିଛି। ସାଧାରଣତଃ ମେଦବହୁଳ ବ୍ୟକ୍ତିମାନେ ଟାଇପ୍‌-୨ ମଧୁମେହର ଶିକାର ହୋଇଥାନ୍ତି। ଚଳିତ ମାସ ପ୍ରାରମ୍ଭରେ ପ୍ରାୟ ୫ ଲକ୍ଷ ବ୍ରିଟେନବାସୀଙ୍କୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, କରୋନା ସଂକ୍ରମଣ ଯୋଗୁ ମୋଟା ଲୋକ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ଦୁଇଗୁଣ ଅଧିକ। ଏକ ଆକଳନ ଅନୁଯାୟୀ ବ୍ରିଟେନରେ ପ୍ରାୟ ୪୦ ଲକ୍ଷ ମଧୁମେହ ରୋଗୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri