ଲକ୍‌ଡାଉନ୍‌ ଯୋଗୁ ଅନ୍ୟ ରାଜ୍ୟକୁ ଚାଲିକି ଯାଉଛନ୍ତି ଲୋକେ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌ ଯୋଗୁ ସାଧାରଣ ଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଏଭଳି ସ୍ଥିତିରେ ଦୂରଦୂରାନ୍ତରୁ ଆସିଥିବା ଶ୍ରମିକଙ୍କ ସମସ୍ୟା ବଢ଼ିଯାଇଛି। ଗାଡିମଟର ଚାଲୁ ନ ଥିବା ବେଳେ ହାତରେ ଟଙ୍କା ନାହିଁ ଯିବାକୁ। ଏଭଳି ସ୍ଥିତିରେ ସେମାନଙ୍କୁ ନିଜ ଘରକୁ ଫେରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାପାଇଁ ପ୍ରାୟ ୪୯୦ କିଲୋମିଟର ରାସ୍ତା ଚାଲି ଚାଲି ଅତିକ୍ରମ କରିବାକୁ ପଡ଼ୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ଅହମଦାବାଦରେ। ଅହମଦାବାଦରେ ସମସ୍ତ କାର୍ଯ୍ୟ ବନ୍ଦ ହୋଇଯିବାରୁ ସେଠାରେ କାର୍ଯ୍ୟକରୁଥିବା ହଜାର ହଜାର ଦିନ ମଜୁରିଆ ଓ ଶ୍ରମିକ ନିଜ ଘରକୁ ଫେରିବା ପାଇଁ ବାଧ୍ୟ ହୋଇ ଚାଲିକି ଯିବାକୁ ପଡ଼ୁଛି। ସେମାନଙ୍କ କୌଣସି ସୁବିଧା କରାଯାଇ ନ ଥିବା ବେଳେ ସାବରକାଣ୍ଠାଠାରେ ସ୍ଥାନୀୟ ଏସ୍‌ପି ସୋମନଙ୍କୁ ଖାଦ୍ୟ ଖୁଆଇବା ସହ ବିସ୍କୁଟ ଓ ପିଇବା ପାଣି ଯୋଗାଇ ଦେଇଥିବା ଜଣାପଡ଼ିଛି।

Share