ଲକ୍‌ଡାଉନ୍‌ ପରେ କାର୍ଯ୍ୟରେ ଯୋଗଦେବାକୁ ଚାହାନ୍ତି ୯୩% କର୍ମଚାରୀ: ୫୯% ସ୍ବାସ୍ଥ୍ୟ ସଚେତନକୁ ଦେଉଛନ୍ତି ଗୁରୁତ୍ୱ

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଆଶଙ୍କା ଯୋଗୁ ଗତ ମାର୍ଚ୍ଚ ୨୫ରୁ ସାରାଦେଶରେ ଲକ୍‌ଡାଉନ ଜାରି ରହିଛି। ଏହା ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍‌ଡାଉନ ଯୋଗୁ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ପ୍ରାୟ ସବୁ ଅନୁଷ୍ଠାନ ବନ୍ଦ ରହିଛି। କର୍ମକ୍ଷେତ୍ର ଏକପ୍ରକାର ଠପ୍‌ ହୋଇଯାଇଛି। ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଲୋକମାନେ ଘରେ ହାତବାନ୍ଧି ବସିଛନ୍ତି। ଏବେ ୩ୟ ପର୍ଯ୍ୟାୟ ଲକ୍‌ଡାଉନ ଚାଲିଥିବାରୁ କେନ୍ଦ୍ର ସରକାର ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଅନେକ କ୍ଷେତ୍ରରେ କଟକଣାକୁ କୋହଳ କରିଛନ୍ତି। ଲୋକଙ୍କ ଆର୍ଥିକ ସ୍ଥିତି କିପରି ସୁଧିୁରିପାରିବ ସେଥିପାଇଁ କଟକଣା ମଧ୍ୟରେ ବିଭିନ୍ନ କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ଲୋକମାନେ କର୍ମକ୍ଷେତ୍ରକୁ ଫେରିବାକୁ ଲାଗିଲେଣି। ତେବେ ୯୩% କର୍ମଚାରୀ ଲକ୍‌ଡାଉନ ଅବଧି ଶେଷ ହେବାପରେ ନିଜର କର୍ମକ୍ଷେତ୍ରରେ ଯୋଗ ଦେବାକୁ ଚାହୁଁଥିବା ଏକ ସର୍ଭେରୁ ଜଣାପଡ଼ିଛି। ଏପରିକି ସେମାନଙ୍କ ମଧ୍ୟରୁ ୮୩% ସେମାନଙ୍କ କର୍ମକ୍ଷେତ୍ରରେ ଉପଯୁକ୍ତ ସାନିଟାଇଜ ସହ ସାମାଜିକ ଦୂରତ୍ୱ ମଧ୍ୟରେ କାମ କରିବାକୁ ଚାହୁଁଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି। ଏକ ସ୍ବାସ୍ଥ୍ୟ ସମ୍ବନ୍ଧିତ ଉତ୍ପାଦନ ଏଫ୍‌ଓ୍ବାଇଆଇ ପ୍ରତିଷ୍ଠାନର ମାଇଣ୍ଡ ମ୍ୟାପ୍‌ ଆଡଭାନ୍ସ ରିସର୍ଚ୍ଚ ପକ୍ଷରୁ ଦିଲ୍ଲୀ, ମୁମ୍ବାଇ ଏବଂ ବାଙ୍ଗାଲୋରର କ୍ଷୁଦ୍ର, ମଧ୍ୟମ ଏବଂ ବୃହତ୍‌ ଉଦ୍ୟୋଗରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ୮୫% ପୁରୁଷ ଓ ୧୫% ମହିଳା କର୍ମଚାରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ୫୯% କର୍ମଚାରୀ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅଧିକ ଯତ୍ନବାନ ଥିବା ସର୍ଭେରେ ଜଣାପଡ଼ିଛି। ୨୫% କର୍ମଚାରୀ ସେମାନଙ୍କ ଆର୍ଥିକ ଅବସ୍ଥାକୁ ନେଇ ଚିନ୍ତିତ ଥିବାବେଳେ ୧୬% ଏହି ମହାମାରୀ ବିପଦ କେବେ ଟଳିବ ସେନେଇ ବ୍ୟତିବ୍ୟସ୍ତ ହୋଇପଡ଼ୁଥିବା ଜଣାପଡ଼ିଛି। ସେହିପରି ୮୫% କର୍ମଚାରୀ ଚାହୁଁଛନ୍ତି ଯେ, ସେମାନଙ୍କ ନିଯୁକ୍ତିଦାତା କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷିତ ନିର୍ଦ୍ଦେଶନାମା ସହ ପରାମର୍ଶ ପ୍ରଦାନ କରିବା ଆବଶ୍ୟକ। ବିଶେଷକରି ନୂଆଦିଲ୍ଲୀରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା କର୍ମଚାରୀମାନେ ଅଧିକ ସ୍ବାସ୍ଥ୍ୟ ସଚେତନ ରହିବାସହ ଏହାକୁ କିପରି ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରାଯାଇପାରିବ ସେନେଇ ଗୁରୁତ୍ୱ ଦେଇଛନ୍ତି। ସର୍ଭେ ରିପୋର୍ଟ ଅନୁସାରେ ୯୯% କର୍ମଚାରୀଙ୍କ ମତରେ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ମାଲିକମାନେ ସାମାଜିକ ଦାୟିତ୍ୱବୋଧ ଭଳି କର୍ପୋରେଟ ହେଲ୍‌ଥ ରେସ୍ପନ୍‌ସିବିଲିଟି(ସିଏଚ୍‌ଆର୍‌) ବା ସ୍ବାସ୍ଥ୍ୟ ଉତ୍ତରଦାୟିତ୍ୱକୁ ବାଧ୍ୟତାମୂଳକ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ଫଳରେ କର୍ମଚାରୀମାନେ କର୍ମକ୍ଷେତ୍ରରେ ନିଜକୁ ସୁରକ୍ଷିତ ମନେ କରିବା ସହ ଅଧିକରୁ ଅଧିକ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବାରେ ସହାୟକ ହୋଇପାରିବେ। ବିଶେଷକରି ଖୁସି ସହ ସୁରକ୍ଷିତ ଅବସ୍ଥାରେ କର୍ମଚାରୀମାନେ କାମ କଲେ ଅଧିକ ଭଲ ଫଳ ମିଳିଥାଏ ବୋଲି ସର୍ଭେ କରୁଥିବା ଏଫ୍‌ଓ୍ବାଇଆଇ ସଂସ୍ଥାର ସହପ୍ରତିଷ୍ଠାତା ୟାସିର ଗୋଏଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri