ଲକ୍‌ଡାଉନ୍‌ ନିୟମ ନମାନି ତଣ୍ଡ ଗଣିଲେ ଦୋକାନୀ

ଗଞ୍ଜାମ,୫।୬(ଡି.ଏନ୍‌.ଏ.): କରୋନା ପାଇଁ ଲକ୍‌ଡାଉନ୍‌ ଚାଲିଥିବା ବେଳେ ବିଭିନ୍ନ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି l ସକାଳ ୭ରୁ ସା ୭ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲିବାକୁ ନିୟମ ରହିଛି। ମାତ୍ର ଏହି ନିୟମକୁ ଉଲ୍ଲଂଘନ କରିଥିବା ଜଣେ ତେଜରାତି ଦୋକାନୀଙ୍କଠାରୁ ଶୁକ୍ରବାର ରାତିରେ ଗଞ୍ଜାମ ଏନ୍‌ଏସି ପ୍ରଶାସନ ଜରିମାନା ଆଦାୟ କରିଛି। ଦୋକାନୀ ଜଣକ ହେଲେ ନାରାୟଣ ପ୍ରଧାନ।
ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରଯାଇଥିଲା। ଜାତୀୟ ରାଜପଥ ପାର୍ଶ୍ୱ ପୁଇଁତୋଳା ଛକଠାରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ନାରାୟଣ ଦୋକାନ ଖୋଲି ବିକ୍ରି କରୁଥିଲେ। ଏ ନେଇ ତାଙ୍କୁ ୫୦୦ଟଙ୍କା ତଣ୍ଡ ଗଣିବାକୁ ପଡ଼ିଥିଲା। ଚଢ଼ାଉ ସମୟରେ ବିପିନ ଚନ୍ଦ୍ର ବାରିକ, କୃଷ୍ଣ ଚନ୍ଦ୍ର ବୈଦ୍ୟ, ମିଲନ୍‌ ମୋହନ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।