ଲକ୍‌ଡାଉନ୍‌ ଦୁର୍ଦ୍ଦଶାକୁ ମାଇକ୍ରୋଫାଇନାନ୍ସ ଋଣ ଚାପ: ଜିଲାପାଳଙ୍କ ନିକଟରେ ମହିଳାଙ୍କ ଅଭିଯୋଗ

ବାଲେଶ୍ୱର ଅଫିସ, ୩୦।୫-ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ମାଇକ୍ରୋ ଫାଇନାନ୍ସ ସଂସ୍ଥାକୁ ଅର୍ଥ କାରବାର କରିବା ପାଇଁ ଅନୁମତି ଦେଇଥିଲେ। କରୋନା ମହାମାରୀ ଯୋଗୁ ସାରା ଦେଶ ଲକ୍‌ଡାଉନ୍‌ ହେବା ପରେ ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଅନେକେ ନିଜର ପେସାକୁ ମଧ୍ୟ ହରାଇ ବସିଛନ୍ତି। ଏହି ସମୟରେ ଆର୍‌ବିଆଇଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୩ ମାସ ଓ ପରେ ପୁଣି ୩ମାସ ଅଗଷ୍ଟ ପର୍ଯ୍ୟନ୍ତ ଇଏମ୍‌ଆଇ (ମାସିକ କିସ୍ତି) ଦେବାରେ ଇଚ୍ଛାଧୀନ କରିଛନ୍ତି। କିନ୍ତୁ ବିଭିନ୍ନ ଫାଇନାନ୍ସ କମ୍ପାନୀର କର୍ମକର୍ତ୍ତାମାନେ ଆର୍‌ବିଆଇର ନିର୍ଦ୍ଦେଶକୁ ଅବମାନନା କରି ଗ୍ରାମରେ ପହଞ୍ଚତ୍ ମହିଳାମାନଙ୍କ ନିକଟରୁ ମାସିକ କିସ୍ତି ଆଦାୟ ନିମନ୍ତେ ବାଧ୍ୟ କରୁଥିବା ଶୁକ୍ରବାର ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ ହୋଇଛି।
ବାଲେଶ୍ୱର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅଦ୍ୟାବଧି ଜିଲା ରେଡ୍‌ଜୋନ୍‌ରେ ରହିଛି। ଲୋକମାନେ ମହାମାରୀରୁ ବିପଦମୁକ୍ତ ହୋଇନାହାନ୍ତି। ଅଧିକାଂଶ ଲୋକ ପର ଘରେ ବାସନ ମାଜି ପେଟ ପୋଷୁଥିବା ବେଳେ ଲୁଗା ଦୋକାନ, ତେଲଭାଜି, ଚା’, ପାନ ଦୋକାନ, ଅଟୋଚାଳକ ଓ ଦିନ ମଜୁରିଆଙ୍କ ସହିତ ଛୋଟବଡ଼ କମ୍ପାନୀରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସ୍ତ୍ରୀ ମଧ୍ୟ ଅଟନ୍ତି। ଏସବୁ କାମଧନ୍ଦା ବନ୍ଦ ଥିବା ବେଳେ ନିକଟରେ ଯାଇଥିବା ବାତ୍ୟା ଅମ୍ଫନ ଅଧିକ ଦୁଃଖଦ ଅବସ୍ଥା ଆଣିଦେଇଛି। ଲୋକେ ଜୀବନମରଣ ସମସ୍ୟା ଭିତରେ ଗତି କରୁଥିବା ବେଳେ ମାଇକ୍ରୋ ଫାଇନାନ୍ସର ଅଧିକାରୀମାନେ ମାସିକ ଋଣ କିସ୍ତି ପରିଶୋଧ କରିବା ପାଇଁ ବାଧ୍ୟ କରି ମାନସିକ ନିର୍ଯାତନା ଦେଉଛନ୍ତି। ଏଭଳି ସଙ୍କଟରୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛ। ସବିତା ମୁର୍ମୁ, ମୁନି ବାସ୍କେ, ବାସନ୍ତୀ ମାସନ୍ତ, ପାର୍ବତୀ ସୋରେନ, ଝରଣା ମୁଦୁଲି, ସାବିତ୍ରୀ ପରିଡ଼ା ପ୍ରମୁଖଙ୍କ ନେତୃତ୍ୱରେ ବହୁ ମହିଳା ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ୪ ନାବାଳକ ଆହତ, ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଲାଞ୍ଜିଗଡ଼,୧୪ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କୁନାକାଡୁ ଗ୍ରାମର ୪ ଜଣ ନାବାଳକ ବଜ୍ରପାତରେ ଆହତ…

ଗଞ୍ଜାମରୁ ସୋମନାଥ ମନ୍ଦିର ଯାତ୍ରା: ଶୁଭାରମ୍ଭ କଲେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୪।୬ (ଦିଲ୍ଲୀପ ସାମଲ): ‘ସୋମନାଥ ସ୍ୱାଭିମାନ ଯାତ୍ରା’ ଅଭିଯାନରେ ଗଞ୍ଜାମ ଜିଲାର ୫୨ ଜଣ ତୀର୍ଥଯାତ୍ରୀ ଶନିବାର ଛତ୍ରପୁର ନୂଆ ବସ୍‌ଷ୍ଟାଣ୍ଡରୁ ଗୁଜରାଟସ୍ଥିତ ପବିତ୍ର ସୋମନାଥ…

ଇତିହାସ ରଚିଲେ ଶୁବମନ ଗିଲ, ଓ୍ବାନ ଡେ କ୍ରିକେଟରେ ଏତିକି ରନ୍‌ କରି ପଛରେ ପକାଇଲେ…

ନୂଆଦିଲ୍ଲୀ,୧୪।୬: ଧର୍ମଶାଳାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ରେ ଭାରତର ଏକଦିବସୀୟ ଅଧିନାୟକ ଶୁବମନ ଗିଲ ଏକ ବଡ଼ ରେକର୍ଡ ସ୍ଥାପନ କରିଛନ୍ତି। ବର୍ଷା ପ୍ରଭାବିତ…

Video: ଟିମ ଇଣ୍ଡିଆର ଡ୍ରେସିଂ ରୁମ କ୍ରିକେଟ: ବର୍ଷା ମଧ୍ୟରେ ଖେଳାଳିମାନେ ଏମିତି କଲେ ଟାଇମ ପାସ, ଏବେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୪।୬: ଶନିବାର ଭାରତୀୟ କ୍ରିକେଟ ଦଳ ଆଫଗାନିସ୍ତାନକୁ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ତଥାପି, ପ୍ରତି ଇନିଂସରେ ମ୍ୟାଚ…

ଫ୍ରାନ୍ସରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ, ‘ଆଜି ଭାରତ ପରିବର୍ତ୍ତନର…’

ନୂଆଦିଲ୍ଲୀ,୧୪।୬:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମିଳିତ ଭାବରେ ଫ୍ରାନ୍ସର ନିସ୍‌ରେ ‘ଇଣ୍ଡିଆ ଇନୋଭେଟ୍ସ’ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଭାରତ,…

ଡାକ୍ତରଖାନା ପାଇଖାନାରେ ନବଜାତ ଶିଶୁକନ୍ୟାର ମୃତଦେହ, କିଏ ସେ ଅଜଣା ମହିଳା ଯିଏ…

ବଞ୍ଚୋ,୧୪ା୬(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ମହିଳା ଓ୍ବାର୍ଡ ପାଇଖାନା ଭିତରୁ ଏକ ସଦ୍ୟ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ଫାଇନାଲ ହେଲା ଡିଲ୍‌? ପରମାଣୁ ଅସ୍ତ୍ର ନିର୍ମାଣ କରିବ ନାହିଁ ଇରାନ; ତେଲ କଟକଣା ବି ପ୍ରତ୍ୟାହାର

ତେହରାନ,୧୪।୬: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ସମ୍ପର୍କରେ ବିଭିନ୍ନ ବିବରଣୀ ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ଇରାନୀ ଅଧିକାରୀ ଏକ ସମ୍ବାଦ ସଂସ୍ଥାକୁ…

କ୍ରିକେଟରଙ୍କୁ ମାଡ଼ ମାରିଲେ ପୋଲିସ, ଉତ୍ତେଜନା ପରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ

ଢ଼ାକା,୧୪ା୬: ବାଂଲାଦେଶ କ୍ରିକେଟ୍ ବର୍ତ୍ତମାନ ଏକ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଛି । ବାଂଲାଦେଶୀ ସ୍ପିନର ନୟିମ ହାସନଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଆକ୍ରମଣ ହୋଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri