ଲକ୍‌ଡାଉନ୍‌ କୋହଳ ପରେ ଲୋକଙ୍କ ମଧ୍ୟରେ ନୂଆ ଆଶା ସଂଚାର: ବିବାହ ବ୍ରତ ଲାଗି ସାମଗ୍ରୀ କିଣିବାରେ ବ୍ୟସ୍ତ

ବଲାଙ୍ଗୀର ଅଫିସ,୧୦ା୬: ବିବାହ ପାଇଁ କାର୍ଡ ଛପା ହୋଇଥିଲା। ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଥିଲା। ମାତ୍ର ଲକ୍‌ଡାଉନ୍‌ ଯୋଗୁ ସବୁକିଛି ଓଲଟ ପାଲଟ ହୋଇଗଲା। ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକିଗଲା ବାହାଘର। ପ୍ରାୟ ଅଢ଼େଇ ମାସ ପରେ ସରକାରଙ୍କ ପକ୍ଷରୁ ଲକ୍‌ଡାଉନକୁ ନେଇ କିଛି କୋହଳ କରାଯିବା ପରେ ପୁଣି ଥରେ ଲୋକଙ୍କ ମଧ୍ୟରେ ନୂଆ ଆଶା, ଆକାଂକ୍ଷା ସଂଚାର ହୋଇଛି। ବିବାହ, ବ୍ରତ ପାଇଁ ବାଟ ଫିଟିବା ପରେ ଦୋକାନ ବଜାର ଧୀରେ ଧୀରେ ଖୋଲିବା ଆରମ୍ଭ ହୋଇଛି। ବିଶେଷକରି ବଲାଙ୍ଗୀର ସହରରେ ପାରମ୍ପାରିକ ଜିନିଷ ରାସ୍ତାପାର୍ଶ୍ୱରେ ବେଶ୍‌ ବିକ୍ରି ହୁଏ। ବିବାହ ସମୟରେ ଆବଶ୍ୟକ ହେଉଥିବା କୁଲା, ବାଉଁଶିଆ ଆଦି ବିକି କାରିଗର ବେଶ ଦୁଇ ପଇସା ରୋଜଗାର କରିଥାନ୍ତି। କିନ୍ତୁ ଏବେ ସହରର ମୁଖ୍ୟ ବଜାରରେ ଯଦିଓ ପୂର୍ବଭଳି ଭିଡ଼ ଦେଖିବାକୁ ମିଳୁ ନାହିଁ ତଥାପି ସାମାଜିକ ଦୂରତା ରଖି ଲୋକେ କିଣାବିକା କରୁଛନ୍ତି। ବାଉଁଶ କାରିଗର ରାଘବ ଚିନ୍ଦାଙ୍କ କହିବା ଅନୁସାରେ, ଦେଓଗଁ। ବ୍ଲକ ଅନ୍ତର୍ଗତ ବଡ଼ବନ୍ଧ, ସିକୁଆ ଅଞ୍ଚଳରେ ଅଧିକାଂଶ କାରିଗର ରହିଛନ୍ତି। ଦୀର୍ଘ ଅଢ଼େଇ ମାସ ଭିତରେ କାରିଗର ଅନେକ କ୍ଷତି ସହିଛନ୍ତିି। ବିବାହ ଲଗ୍ନ ଅନେକ ରହିଥିଲା। ତେଣୁ ବିକ୍ରି ମଧ୍ୟ ଏହି ସମୟରେ ଖୁବ୍‌ ହୁଏ। କୋହଳ ହେଲା ପରେ ପୁଣି ବିକ୍ରି କରିବା ଆରମ୍ଭ କରିଛୁ ବୋଲି କହିଥିଲେ। ସଇଁତଳା ବ୍ଲକର ମୀନତି ସାହୁ କୁହନ୍ତି, ନିଜ ଭଉଣୀଙ୍କ ବାହାଘର ଲକ୍‌ ଡାଉନ ଯୋଗୁ ଅଟକି ଯାଇଥିବା ବେଳେ ଖୁବ୍‌ କମ୍‌ ଲୋକଙ୍କୁ ନେଇ ବାହାଘର ଶେଷ କରିବା ପାଇଁ ଯୋଜନା କରିଛୁ। ପରମ୍ପରା ଅନୁଯାୟୀ, ଦରକାରୀ ଜିନିଷ କିଣିବା ପାଇଁ ଆଜି ବଲାଙ୍ଗିର ବଜାର କରି ଆସିଥିବା କହିଥିଲେ। ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା, ମାସ୍କ ବ୍ୟବହାର କରିବା ସହ ବ୍ୟବସାୟରେ ଲୋକଙ୍କ ସହଯୋଗିତା ଓ ସହଭାଗିତା ଠିକ୍‌ ଆକାରରେ ହୋଇ ପାରିଲେ ପୁଣି ଆଗ ସ୍ଥିତିକୁ ଫେରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ’ଣ କରିଛନ୍ତି ଅପରାଧ

ସିଓଲ,୧୯।୨: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ-ୟେଓଲ ଏକ ବଡ଼ ଝଟକା ପାଇଛନ୍ତି। ଗୁରୁବାର (ଫେବୃଆରୀ ୧୯) ଦିନ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି…

ଭାରତର ପଡୋଶୀ ଦେଶରେ ବଡ଼ ଧରଣର ବିସ୍ଫୋରଣ, ଅତିକମରେ ୧୬ ମୃତ

ଇସଲାମାବାଦ,୧୯।୨: ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରୁ ଏକ ଦୁଃଖଦ ଖବର ଆସିଛି। ଏକ ଆବାସିକ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି।…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri