ଲକ୍‌ଡାଉନ୍‌ ଉଠିଲେ ତାରକା ଆଥ୍‌ଲେଟଙ୍କ ଟ୍ରେନିଂ ଆରମ୍ଭ ହେବ: ରିଜିଜୁ

ନୂଆଦିଲ୍ଲୀ,୧୧।୫(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଚାଲିଥିବା ଲକ୍‌ଡାଉନ୍‌ ଉଠାଇ ଦିଆଗଲେ ତାରକା ତଥା ଆଗଧାଡିର ଆଥ୍‌ଲେଟମାନେ ସେମାନଙ୍କ ଟ୍ରେନିଂ ଆରମ୍ଭ କରିପାରିବେ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ତେଣୁ କ୍ରୀଡ଼ାବିତ୍‌ ଓ କ୍ରୀଡ଼ା ସହିତ ଜଡିତ ରହିଥିବା ବ୍ୟକ୍ତିମାନଙ୍କୁ ଧୈର୍ଯ୍ୟ ଧରିବାକୁ ସେ ପରାମର୍ଶ ଦେଇଛନ୍ତି।
ଆଥ୍‌ଲେଟଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକଭାବେ ଗୁରୁତ୍ୱ ଦିଆଯିବ ବୋଲି ତାଙ୍କ ପୁରୁଣା କଥାକୁ ସେ ଦୋହରାଇଛନ୍ତି। ମେ ୧୭ ତାରିଖରେ ଲକ୍‌ଡାଉନ୍‌ ଶେଷ ହେବ। କରୋନା ଭାଇରସ ସଂକ୍ରମଣ ମାମଲା ବୃଦ୍ଧି ହେବାରୁ ଲକ୍‌ଡାଉନ୍‌କୁ ଦୁଇଥର ବୃଦ୍ଧି କରାଯାଇଥିଲା।
ଆଗଧାଡିର ଆଥ୍‌ଲେଟଙ୍କ ଟ୍ରେନି ଆରମ୍ଭ ହେବା ପରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଟ୍ରେନିଂ ସେଣ୍ଟରରେ ଅନ୍ୟ ଆଥ୍‌ଲେଟମାନେ ମଧ୍ୟ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଆରମ୍ଭ କରିପାରିବେ। ତେବେ ଏ ନେଇ ଅତ୍ୟଧିକ ଉତ୍ସାହିତ ହୋଇ ତରବର ନ ହେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଶ୍ରେଷ୍ଠ ଆଥଲେଟ୍‌ମାନଙ୍କର ଟ୍ରେନିଂ ପ୍ରଥମେ ଆରମ୍ଭ କରାଯିବ। ମାର୍ଚ୍ଚ ମଧ୍ୟଭାଗରୁ ସାଇ ସେଣ୍ଟରଗୁଡିକରେ କରୋନା ଭାଇରସ ସଂକ୍ରମଣ କାରଣରୁ ଜାତୀୟ କ୍ୟାମ୍ପଗୁଡିକ ବନ୍ଦ କରିଦିଆଯାଇଥିଲା। ଏହି ମହାମାରୀ କାରଣରୁ ଭାରତରେ ଏବେ ୨,୦୦୦ ଲୋକ ମୃତ୍ୟୁବରଣ କରିଥିବା ବେଳେ ୫୬, ୦୦୦ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି।
ପୂର୍ବରୁ ମେ ୩ ତାରିଖରେ ରିଜିଜୁ ମେ ମାସ ଶେଷ ଆଡକୁ ସବୁ ଆଥ୍‌ଲେଟମାନଙ୍କ ପାଇଁ କ୍ୟାମ୍ପ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ପୁଣି ବକ୍ସିଂ ଓ ରେସଲିଂ ଭଳି କ୍ରୀଡ଼ାରେ ଟ୍ରେନିଂ ଆରମ୍ଭ ପାଇଁ ମନ୍ତ୍ରଣାଳୟ ରାସ୍ତା ଖୋଜୁଛି। ଏହି ଦୁଇଟି କ୍ରୀଡ଼ାରେ ପ୍ରତିଯୋଗୀମାନେ ପରସ୍ପର ସହିତ ସିଧାସଳଖ ଭାବେ ସଂଯୋଗକୁ ଆସିଥାନ୍ତି। ତେଣୁ ସମସ୍ତଙ୍କୁ ସକାରାତ୍ମକ ମନୋଭାବ ପୋଷଣ କରିବାକୁ ରିଜିଜୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri