ଲକ୍‌ଡାଉନ୍‌: ଆଗଭଳି ଚାଲିଛି ଶିଳ୍ପସଂସ୍ଥା

ପାରାଦୀପ, ୨୯।୩ (ସ୍ବ.ପ୍ର.)-କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ପାରାଦୀପରେ ଏହାର ପ୍ରଭାବ ଦେଖିବାକୁ ମିଳୁନି। ପାରାଦୀପର ବିଭିନ୍ନ ଶିଳ୍ପ ସଂସ୍ଥା ଚାଲୁ ରହିଥିବା ବେଳେ ଏଠାକୁ ଶ୍ରମିକମାନେ ଯା’ଆସ କରୁଛନ୍ତି। ତେବେ ବିଭିନ୍ନ ଶିଳ୍ପ ସଂସ୍ଥାର ଉତ୍ପାଦନ ଜାରି ରହିବା ସହ ପଣ୍ୟ କାରବାର ହେଉଥିବାରୁ ଏ ନେଇ ଆଦର୍ଶ ଥାନାରେ ଏକ ମାମଲା ୫୫/୨୦ ରୁଜୁ ହୋଇଛି। ଲକ୍‌ଡାଉନ୍‌ ଯୋଗୁ କେବଳ ବଜାର ବନ୍ଦ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ଯଥା- ଔଷଧ, ତେଜରାତି, ମାଛ, ମାଂସ ଆଦି ଦୋକାନା ଖୋଲା ରହିଥିବା ଦଖାଯାଇଛି।