ଲକ୍‌ଡାଉନ୍‌ର ପ୍ରଭାବ: ଭାରତର ଅଭିବୃଦ୍ଧି ହାର ରହିବ ଶୂନ ପ୍ରତିଶତ; ୨୩୪,୦୦ କୋଟି ଡଲାର କ୍ଷତି ସହିବ ଦେଶ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତରେ ଲକ୍‌ଡାଉନ୍‌ରେ ଜାରି ହୋଇଛି। ତେବେ ଏହାଦ୍ୱାରା ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଦୋହଲି ଯିବାର ଆଶଙ୍କା ରହିଛି ବୋଲି ବ୍ରିଟିଶ୍‌ ବ୍ରୋକରେଜ୍‌ କମ୍ପାନୀ ବାର୍କଲେ ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଲକ୍‌ଡାଉନ୍‌ ଯୋଗୁ ଦେଶର ଅଭିବୃଦ୍ଧି ହାର ଶୂନ ପ୍ରତିଶତ ରହିବ ବୋଲି କୁହାଯାଉଛି। ଦେଶର ୨୩୪,୦୦ କୋଟି ଡଲାରରୁ ଅଧିକ କ୍ଷତି ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୨୦୨୦-୨୧ରେ ଅଭିବୃଦ୍ଧି ହାର ୦.୮ ପ୍ରତିଶତ ରହିବାର ଆଶା ଥିବା ବାର୍କଲେ କହିଛି। ପୂର୍ବରୁ ୨୦୨୦-୨୧ରେ ଅଭିବୃଦ୍ଧି ହାର ୩.୫ ପ୍ରତିଶତ ଆକଳନ କରାଯାଇଥିଲା। ସେହିପରି ୨୦୨୦ରେ ଅଭିବୃଦ୍ଧି ହାର ୨.୫ ପ୍ରତିଶତ ଆକଳନ କରାଯାଇଥିଲା।

Share