ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନ: ଶୋଇଯାଇଛି ବାଲେଶ୍ୱର ସହର

ବାଲେଶ୍ୱର ଅଫିସ,୨୩।୩: ବିଶ୍ୱରେ ଦେଖାଦେଇଥିବା ମହାମାରୀ କରୋନା ରୋଗର ମୁକାବିଲା ପାଇଁ ଚାରିଆଡ଼େ ସଚେତନତା ସୃଷ୍ଟି କରାଯାଉଛି। ଏହି ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନରେ ବାଲେଶ୍ୱର ଖାଁ ଖାଁ ହୋଇପଡ଼ିଛି। ରବିବାର ଜନତା କର୍ଫ୍ୟୁ ଆହ୍ବାନ ପରେ ସୋମବାର ସହରର ବିଭିନ୍ନ ଅଞ୍ଚଳକୁ ଲକ୍‌ଡାଉନ୍‌ କରାଯାଇଛି। ଲୋକେ ସରକାରଙ୍କ ଏହି ନିର୍ଦ୍ଦେଶକୁ ବେଶ୍‌ ଭଲ ଭାବରେ ପାଳନ କରିଛନ୍ତି। ଫଳରେ ରେଳଷ୍ଟେଶନ, ବସ୍‌ଷ୍ଟାଣ୍ଡ୍‌, ମାର୍କେଟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସହରଟି ସତେ ଯେପରି ଶୋଇପଡ଼ିଛି।