ଲକ୍‌ଡାଉନ୍‌ରେ ଲେଖକ ହେଲେ ମାରିଜନେ

ନୂଆଦିଲ୍ଲୀ,୧୩।୪ (ପି.ଟି.): କୋଭିଡ୍‌-୧୯ ପାଇଁ ସାରା ଦେଶ ତଥା ବିଶ୍ୱରେ ଲକ୍‌ଡାଉନ ଜାରି ହୋଇଛି। ଏହି ସମୟରେ ଭାରତୀୟ ମହିଳା ହକି ଦଳର କୋଚ ଜୋଏର୍ଡ ମାରିଜନେ ନିଜ ପରିବାରଠାରୁ ହଜାର ହଜାର କିଲୋମିଟର ଦୂରରେ ରହି ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟର ରହୁଛନ୍ତି। ଏହି ସମୟରେ କ୍ରୀଡ଼ାଜନିତ କାର୍ଯ୍ୟକଳାପ କିଛି ନ ଥିବାରୁ ସେ ପର୍ଯ୍ୟାପ୍ତ ସମୟ ପାଇଛନ୍ତି। ଏହି ସମୟର ସଦ୍‌ବ୍ୟବହାର କରିବାକୁ ଯାଇ ସେ ଲେଖକ ହୋଇଛନ୍ତି। ସେ ଏହି ଫାଙ୍କା ସମୟରେ ବହି ଲେଖିବା ଜାରି ରଖିଛନ୍ତି। ଭାରତରେ ରହଣି ସମୟରେ ସେ ହାସଲ କରିଥିବା ଅଭିଜ୍ଞତାକୁ ନେଇ ଲେଖା ଜାରି ରଖିଛନ୍ତି।
ହଲାଣ୍ଡର ଅଧିବାସୀ ମାରିଜନେ ହେର୍ଟୋଜେନବୋସ୍କରେ ରୁହନ୍ତି। ସେଠାରେ ତାଙ୍କ ସ୍ତ୍ରୀ, ୩ ଝିଅ ଓ ଗୋଟିଏ ପୁଅ ରୁହନ୍ତି। ପରିବାରଠାରୁ ଦୂରରେ ରହି ସମୟ କାଟିବା ନିଶ୍ଚିତ ଭାବେ କଷ୍ଟକର ବୋଲି ୪୫ ବର୍ଷୀୟ ମାରିଜନେ କୁହନ୍ତି। ଯେତେ ସମ୍ଭବ ନିଜକୁ ବ୍ୟସ୍ତ ରଖିବା ପାଇଁ ପ୍ରୟାସ କରୁଛି। ମିଳିଥିବା ଏହି ଫାଙ୍କା ସମୟରେ ବହି ଲେଖୁଛି ବୋଲି ପିଟିଆଇକୁ ସାକ୍ଷାତ୍‌କାର ଦେବା ଅବସରରେ ସେ ଏହି କଥା କହିଛନ୍ତି। ଭାରତରେ ସାଢେ ୩ ବର୍ଷ ହେବ ରହିଆସୁଛି। ଜଣେ କୋଚ୍‌ ହିସାବରେ ଓ ବ୍ୟବସାୟିକ ଜୀବନରେ ଏଠାରେ ମୋର ବହୁ ମଜାଦାର ଅଭିଜ୍ଞତା ମଧ୍ୟ ରହିଛି।
ଭାରତରେ ଲକ୍‌ଡାଉନ୍‌ ଜାରି ହେବାର ଠିକ୍‌ ପୂର୍ବରୁ ମାରିଜନେ ନେଦରଲାଣ୍ଡ୍ସ ଯାତ୍ରା କରିଥିଲେ। ତେବେ ନିଜ ଦଳ ଓ ପରିବାର ହିତକୁ ଦୃଷ୍ଟିରେ ରଖି ସେ ଅଧାବାଟରୁ ପୁଣି ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ନିଜ ସ୍ତ୍ରୀ ଓ ପରିବାରକୁ ସେ ପ୍ରଶଂସା କରିଛନ୍ତି। ଏହି କଷ୍ଟକର ସମୟ ଓ ପରିସ୍ଥିତିରେ ସେମାନେ ବେଶ୍‌ ସାହସିକତାର ପରିଚୟ ଦେଇଥିବା ମାରିଜନେ କହିଛନ୍ତି। ଅଧା ବାଟରୁ ଫେରିଆସିବା କଷ୍ଟକର ହୋଇଥିଲେ ମଧ୍ୟ ଭାରତୀୟ ଦଳ ପ୍ରତି ମୋର ଦାୟିତ୍ୱବୋଧତା ରହିଛି। ଲକ୍‌ଡାଉନ୍‌ ସମୟରେ ସମ୍ପୂର୍ଣ୍ଣ ଦଳ ଏକାଠି ରହିଛି। ଏବେ ମଧ୍ୟ ଆମେ ପୂରା ଅଭ୍ୟାସ କରୁଛୁ। ଦଳକୁ ଏକାଠି କରିବାକୁ ଆମେ ଆହୁରି ପ୍ରୟାସ ଜାରି ରଖିଛୁ। ମହିଳା ଖେଳାଳିମାନେ ମଧ୍ୟ ସେମାନଙ୍କ ସ୍ପୋକନ ଇଂଲିଶ୍‌ ଶିକ୍ଷା ଜାରି ରଖିଛନ୍ତି।
ଖେଳାଳିମାନେ ମଧ୍ୟ ସେମାନଙ୍କ ପରିବାରଠାରୁ ଦୂରରେ ରହୁଛନ୍ତି। ଆମେ ସମସ୍ତେ ମୋଟିଭେଶନାଲ ସିନେମା ‘ମେରିକମ୍‌’ ଓ ‘ଦଙ୍ଗଲ’ ଦେଖୁଛୁ। କୋଭିଡ୍‌-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯାଇଛି। ତେଣୁ ବିଶ୍ୱର ସବୁ ଦଳ ଗୋଟିଏ ଅତିରିକ୍ତ ବର୍ଷ ହାସଲ କରିଛନ୍ତି। ଭାରତ ଏକ ଯୁବ ଦଳ ହୋଇଥିବାରୁ ଆମେ ଲାଭ ଉଠାଇବାକୁ ଚେଷ୍ଟା କରିବୁ। ଲକ୍‌ଡାଉନ ଶେଷ ହେବା ପରେ ଆମେ ଏକ ବ୍ରେକ୍‌ ନେବୁ ଓ ପ୍ରଶିକ୍ଷଣ ଶିବିର ଆରମ୍ଭ କରିବୁ। ତେବେ ସଙ୍ଗେ ସଙ୍ଗେ ଟୁର ଆରମ୍ଭ କରିବାର ଯୋଜନା ନାହିଁ ବୋଲି ମାରିଜନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri