ଲକ୍‌ଡାଉନ୍‌ରେ ବାହାରକୁ ଯାଉଥିଲେ…

କରୋନା ସଂକ୍ରମଣ ପାଇଁ ଏବେ ଗୃହିଣୀମାନେ ବହୁ ଭାବରେ ସତର୍କ । କାହିଁକି ନା ପରିବାର ସଦସ୍ୟଙ୍କୁ ସୁସ୍ଥ ରଖିବା ଦାୟିତ୍ୱ ଅନେକାଂଶରେ ସେମାନଙ୍କର। ତେଣୁ ଏ ସମୟରେ ବାହାରକୁ କୌଣସି ଜିନିଷ ଆଣିବାକୁ ବା କୌଣସି କାମରେ ଯାଉଥିଲେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସାବଧାନ ରହିବା ଆବଶ୍ୟକ…

*ଘରୁ ବାହାରକୁ ଯିବା ପୂର୍ବରୁ ରାଶନ କିମ୍ବା ଅନ୍ୟ ଯାହା କିଣିବାକୁ ଚାହୁଁଛନ୍ତି ସେସବୁର ତାଲିକା କରି ଦିଅନ୍ତୁ। ଘରର ବୟସ୍କ ଓ ପିଲାମାନଙ୍କର ମଧ୍ୟ କ’ଣ ଆବଶ୍ୟକତା ରହିଛି ଭଲ ଭାବେ ଚେକ୍‌ କରିନିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ବାରମ୍ବାର ବାହାରକୁ ଯିବାକୁ ପଡ଼ିବ ନାହିଁ।
*ଭବିଷ୍ୟତ ବିଷୟରେ ଚିନ୍ତା କରି ଏବେଠାରୁ ଅନେକ ଆବଶ୍ୟକତାକୁ ଭୁଲିଯିବା ଠିକ୍‌ ନୁହେଁ। ଯଦି ଆପଣ କିଣିବାକୁ ସମର୍ଥ ତେବେ ରାଶନ ବ୍ୟତୀତ ଅନ୍ୟ ଆବଶ୍ୟକ ଜିନିଷକୁ ବି କିଣି ଆଣନ୍ତୁ।
*ବର୍ତ୍ତମାନ ସମୟରେ ଛୋଟ ପିଲାମାନେ ସମ୍ପୂର୍ଣ୍ଣ ଘରେ ରହୁଥିବାରୁ ଯେପରି ବୋର୍‌ ନ ହୁଅନ୍ତି ସେଥିପାଇଁ ବାହାରକୁ ଯାଉଥିଲେ ସେମାନଙ୍କ ଉତ୍ସାହ ବୃଦ୍ଧି ଲାଗି କିଛି କିଣାକିଣି କରନ୍ତୁ। ଛୋଟ ଚକୋଲେଟ୍‌ଟିଏ ହେଲେ ବି ତାଙ୍କ ପାଇଁ ସର୍‌ପ୍ରାଇଜ୍‌ ଭଳି ମନେ ହେବ।
*ଅଟା କୁଲ୍‌ଚା, ବ୍ରେଡ, ପିଜା ବେସ୍‌ ଆଦି ଜିନିଷ ଯଦି ବାହାରେ ମିଳୁଥାଏ ତେବେ ସେ ସବୁକୁ ବେଳେବେଳେ ଘରକୁ ଆଣନ୍ତୁ। ଆପଣଙ୍କର କିଛିଟା କାମର ବୋଝ କମ୍‌ ହୋଇଯିବ।
*ଗୁଣ୍ଡ କ୍ଷୀର, ମସଲା ପେଷ୍ଟ ଆଦି ବଜାରରୁ ଆଣି ରଖିଥାନ୍ତୁ। ଅଧିକ କାମ ଥିବା ସମୟରେ ଏ ସବୁର ବହୁ ଆବଶ୍ୟକତା ପଡ଼ିପାରେ।