Categories: ଖେଳ

ଲକ୍‌ଡାଉନ୍‌ରେ ନିଜକୁ କେମିତି ରଖିବେ ଫିଟ୍‌: ସଚିନ୍‌ ଦେଲେ ମନ୍ତ୍ର

ଲକ୍‌ଡାଉନ୍‌ ଯୋଗୁ ଏବେ ପ୍ରାୟ ଲୋକ ଘରେ ରହୁଛନ୍ତି। ମର୍ନିଂ ଓ୍ବାର୍କ କରିବା ମଧ୍ୟ ସମ୍ଭବ ହୋଇପାରୁନାହିଁ। ଏସବୁ ଭିତରେ ମାମଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଶରୀରକୁ ଫିଟ୍‌ ରଖିବାର ମନ୍ତ୍ର ଦେଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି କହିଛନ୍ତି, ଏବେ ନିଜ ଶରୀରକୁ ଫିଟ୍‌ ଏବଂ ସୁସ୍ଥ ରଖିବା ନିହାତି ଆବଶ୍ୟକ॥ ଘରେ ଦଉଡି ଡିଆଁ ଖେଳି ନିଜକୁ ଫିଟ୍‌ ରଖନ୍ତୁ ବୋଲି ସେ ଫ୍ୟାନ୍ସଙ୍କୁ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ କରୋନାରୁ ନିଜକୁ ସୁରକ୍ଷିତ ରଖିବା ଉପରେ ସଚିନ୍‌ ଟିପ୍ସ ଦେଇଥିଲେ।

Share