ଲକ୍‌ଡାଉନ୍‌ରେ ଟ୍ରାକ୍ଟର କିଣି ଚଲାଇଲେ ଧୋନୀ: ଭିଡିଓ ଭାଇରାଲ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ସାଧାରଣ ଲୋକଙ୍କଠାରୁ ବଲିଉଡ୍‌ କଳାକାର ହୁଅନ୍ତୁ ଅବା କ୍ରିକେଟର ସମସ୍ତେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ଏଥିରୁ ବାଦ୍‌ ପଡ଼ି ନାହାନ୍ତି କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ। ସେ ଏହି ସମୟ ନିଜ ପରିବାର ସହ କାଟୁଛନ୍ତି। ତେବେ ଧୋନୀ ସୋସିଆଲ ମିଡିଆରେ ସେତେଟା ଆକ୍ଟିଭ ରହୁ ନ ଥିବା ବେଳେ ସ୍ତ୍ରୀ ସାକ୍ଷୀ କିନ୍ତୁ ତାଙ୍କର ଫଟୋ ଓ ଭିଡିଓ ଅନେକ ସମୟରେ ଶେୟାର କରିଥାନ୍ତି। ଆଇପିଏଲ୍‌ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗ୍‌ ମଧ୍ୟ ଧୋନୀଙ୍କ ଫାଟୋ ଓ ଭିଡିଓ ସୋୟାର କରିଥାଏ। ଏବେ ଚେନ୍ନାଇ ସୁପରକିଙ୍ଗ୍‌ ଧୋନୀଙ୍କର ଏକ ଭିଡିଓ ଶେୟାର କରିଛି। ଭିଡିଓରେ ଧୋନୀ ଏକ ଟ୍ରାକ୍ଟର କିଣି ଚଲାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପ୍ରଶଂସକମାନେ ପ୍ରଥମ ଥର ପାଇଁ ଧୋନୀଙ୍କୁ ଟ୍ରାକ୍ଟର ଚଲାଉଥିବାର ଦେଖିବାକୁ ପାଇଛନ୍ତି।

Share