ଲକ୍‌ଡାଉନ୍‌ରେ କୋଳିମାଟି ସାପ୍ତାହିକ ହାଟ ବନ୍ଦ: ନିୟମକୁ ମାନିଲେ ଅଞ୍ଚଳବାସୀ

କୋଳିମାଟି,୨୬।୩(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତର ସାପ୍ତାହିକ ହାଟ ଗୁରୁବାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି। କରୋନା ମୁକାବିଲା ଲାଗି ୨୧ ଦିନ ସାରା ଦେଶକୁ ଲକ୍‌ଡାଉନ କରାଯାଇଥିବା ବେଳେ ଏହି ନିୟମକୁ ମାନିଛନ୍ତି କୋଳିମାଟି ଅଞ୍ଚଳର ଲୋକେ। ଅନ୍ୟଦିନଗୁଡ଼ିକରେ ୫୦୦୦ରୁ ଅଧିକ ଲୋକ ହାଟ ଉପରେ ନିର୍ଭର କରିଥାନ୍ତି । ତେବେ ହାଟ ବନ୍ଦ ହେବା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ସରକାରଙ୍କ କରୋନା ମୁକାବିଲା ଲାଗି ନିଆଯାଇଥିବା ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି।