Categories: ଫୁରସତ

ଲକ୍‌ଡାଉନରେ ଚିନ୍ତା ଦୂରକରିବାର ଅଭିନବ ଉପାୟ: ପ୍ରତିଦିନ ଦେହରେ ଭିନ୍ନାର୍ଥ ବୋଧକ ଟାଟୁ ଆଙ୍କୁଛନ୍ତି ଏହି ବ୍ୟକ୍ତି

ସମଗ୍ର ବିଶ୍ୱରେ କରୋନା(କୋଭିଡ-୧୯)ର ପ୍ରକୋପ ଦେଖିବାକୁ ମିଳୁଛି। ଏଥିରୁ ରକ୍ଷା ପାଇବା ପାଇଁ ପ୍ରାୟ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଅଧିକାଂଶ ଲୋକେ କରୋନା ଚିନ୍ତାରୁ ମୁକ୍ତି ପାଇବା ପାଇଁ ଭିନ୍ନ ଭିନ୍ନ ଉପାଉ ଆପଣାଉଛନ୍ତି। ସେହିପରି ଜଣେ ବ୍ୟକ୍ତି ହେଲେ ଲଣ୍ଡନର କ୍ରିସ ବୁଡହେଡ଼।
କ୍ରିସ ଜଣେ ଟାଟୁ କଳାକାର। ଲକ୍‌ଡାଉନ୍‌ ଆରମ୍ଭ ହେବା ଦିନଠାରୁ ପ୍ରତିଦିନ ସେ ନିଜ ଶରୀରରେ ନୂଆ ନୂଆ ଟାଟୁ କରୁଛନ୍ତି। କେବଳ ମୁହଁକୁ ବାଦ୍‌ ଦେଲେ କ୍ରିସ୍‌ ସମ୍ପୂର୍ଣ୍ଣ ଶରୀରରେ ଟାଟୁ କରିସାରିଛନ୍ତି।
କ୍ରିସ ପ୍ରତିଦିନ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ନିଜ ଶରୀରରେ ଟାଟୁ କରିଥାନ୍ତି। ତେବେ ତାଙ୍କ ଶରୀରରେ ଅଙ୍କାଯାଇଥିବା ସମସ୍ତ ଟାଟୁର କିଛି ନା କିଛି ଅର୍ଥ ରହିଛି। କେଉଁ ଟାଟୁରେ ଲକ୍‌ଡାଉନ୍‌କୁ ନେଇ ପ୍ରଶ୍ନ ରହିଛି ତ ଆଉ କେଉଁ ଟାଟୁରେ ମିଡିଆ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଯାଇଛି। ଏ ନେଇ କ୍ରିସ୍‌ କୁହନ୍ତି, ଲକ୍‌ଡାଉନ୍‌ ସମୟରେ ଟାଇମପାସ୍‌ ଏବଂ ଚିନ୍ତାରୁ ମୁକ୍ତି ପାଇବା ପାଇଁ ମୁଁ ଏପରି କରୁଛି।

Share