ଲକ୍ଷ୍ୟରୁ ଦୂରେଇଛି ଜୀବନ୍ତଖାଦ୍ୟ ପ୍ରଜନନ କେନ୍ଦ୍ର

ବାରଙ୍ଗ,୩।୮(ଡି.ଏନ୍‌.ଏ.): ନନ୍ଦନକାନନର ଶେଷଭାଗ ୧ନଂ ଫାଟକ ପାଖରେ ରହିଛି ଜୀବନ୍ତଖାଦ୍ୟ ପ୍ରଜନନ କେନ୍ଦ୍ର। ଏହି କେନ୍ଦ୍ର ଉପରେ ନନ୍ଦନକାନନର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପ୍ରାଣୀ ନିର୍ଭରଶୀଳ। କେନ୍ଦ୍ରରେ ପ୍ରଜନନ କରାଯାଇ ଆବଶ୍ୟକ ଦେଖି ଜୀବନ୍ତଖାଦ୍ୟ ସବୁ ବିଭିନ୍ନ ପ୍ରାଣୀଙ୍କୁ ଖାଇବାକୁ ଦିଆଯାଏ। କିନ୍ତୁ ଏହି କେନ୍ଦ୍ର ଏବେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇଥିବା ପରିଲକ୍ଷିତ ହେଉଛି। କେନ୍ଦ୍ରକୁ ପରିଚାଳନା ପାଇଁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ସତ୍ତ୍ୱେ ମୂଳ ଲକ୍ଷ୍ୟ ପୂରଣ ଅଦ୍ୟାବଧି ହୋଇପାରି ନାହିଁ। ଠିକାଦାରମାନଙ୍କ ବେପରୁଆ ମନୋଭାବ ଓ ପ୍ରାଣୀମାନଙ୍କ ଖାଦ୍ୟଯୋଗାଣରେ ଅବହେଳା ଯୋଗୁ କର୍ତ୍ତୃପକ୍ଷ କରିଥିବା ପରିକଳ୍ପନା ସାକାର ହୋଇପାରୁ ନାହିଁି। ଇଚ୍ଛାଶକ୍ତିର ଅଭାବ ଯୋଗୁ ପ୍ରଜନନ କେନ୍ଦ୍ରରେ ଆବଶ୍ୟକତା ମୁତାବକ ପ୍ରଜନନ ହୋଇପାରୁ ନାହିଁ। ଫଳରେ ଆବଶ୍ୟକତା ଦେଖି ଜୀବନ୍ତଖାଦ୍ୟ ବାହାରୁ କିଣା ହୋଇ ପ୍ରାଣୀମାନଙ୍କୁ ଦିଆଯାଉଛି।
ସୂଚନା ଅନୁଯାୟୀ, ନନ୍ଦନକାନନରେ ଥିବା ୨୧୩ ଏନକ୍ଲୋଜରରେ ୧୫୬ ପ୍ରଜାତିର ୩୫୧୮ ପ୍ରାଣୀମାନଙ୍କ ପାଇଁ ଦୈନନ୍ଦିନ ଖାଦ୍ୟର ଆବଶ୍ୟକତା ରହିଛି। ଏହିସବୁ ଖାଦ୍ୟ ନନ୍ଦନକାନନର ଯୋଗାଣ ବିଭାଗ ରେଞ୍ଜ ଅଫିସରଙ୍କ ଦାୟିତ୍ୱରେ ରହିଛି। ଏହାପୂର୍ବରୁ ଖାଦ୍ୟ ପାଇଁ ନନ୍ଦନକାନନ ଠିକାଦାରମାନଙ୍କ ଉପରେ ନିର୍ଭର କରୁଥିଲା। ପରେ ଠିକାଦାରଙ୍କ ଅନିୟମିତତା ଯୋଗୁ ପର୍ଯ୍ୟାୟକ୍ରମେ କିଛିକିଛି ଖାଦ୍ୟ ନିଜ ଦାୟିତ୍ୱରେ ରଖିବାର ଯୋଜନା କରିଥିଲା ନନ୍ଦନକାନନ। ପ୍ରଥମେ ଘାସଫାର୍ମ କରି ତୃଣଭୋଜି ପ୍ରାଣୀମାନଙ୍କୁ ଘାସ ଯୋଗାଇଥିଲା। ଦ୍ୱିତୀୟରେ ହରିଣ ଦାନାକୁ ନିଜେ ଓମଫେଡଠାରୁ କ୍ରୟ କରିଥିଲା। ଏହାପରେ ଧଳାମୂଷା, ବିଲାତିମୂଷା, ଠେକୁଆ, ପୋକ, ଗେଣ୍ଡା, କୁକୁଡାଚିଆଁ, ମାଛଜାଆଁଳ ଆଦି ଖାଦ୍ୟକୁ ମଧ୍ୟ ଠିକଦାରମୁକ୍ତ କରାଇବା ସହ ନିଜେ ଯୋଗାଇବାର ନିଷ୍ପତ୍ତି ନେଇଥିଲା। ଏଥିପାଇଁ ନୂଆକରି ଏକ କେନ୍ଦ୍ରର ପରିକଳ୍ପନା କରାଯିବା ସହ ୮ ଜୁଲାଇ ୨୦୧୫ରେ ନନ୍ଦନକାନନର ଶେଷଭାଗ ୧ନଂ ଫାଟକ ପାଖରେ ଜୀବନ୍ତଖାଦ୍ୟ ପ୍ରଜନନ କେନ୍ଦ୍ର ନିର୍ମାଣ ହୋଇଥିଲେ। କେନ୍ଦ୍ର କିଛି ଦିନ ଚାଲିବା ପରେ ଖର୍ଚ୍ଚ ବେଶି ଓ ସତେଜ ଖାଦ୍ୟ ଦେବାରେ ଅବହେଳା ହେବାରୁ ଉତ୍ପାଦନକୁ କମ କରାଗଲା। କେନ୍ଦ୍ରରେ ୫ଟି ପ୍ରକୋଷ୍ଠ ରହିଥିବାବେଳେ ଛୋଟଛୋଟ ୧୬୦ଟି ବାକ୍ସ ରହିଛି। ଏବେ କେବଳ ପୋକ ଓ ଧଳାମୂଷା ପ୍ରଜଜନରେ ସୀମିତ ରହିଛି। ମାଛଯାଆଁଳ ଓ ଠେକୁଆ ପ୍ରଜନନ ପାଇଁ ଅଦ୍ୟାବଧି ଉଦ୍ୟମ ହୋଇ ନ ଥିବାବେଳେ ବିଲାତିମୂଷା, କୁକୁଡାଚିଆଁ ଓ ଗେଣ୍ଡା ଏବେ କିଣାଯାଉଛି। ବିଶେଷକରି ପେଚା, ଛଞ୍ଚାଣ, ଚିଲ, ବିଭିନ୍ନ ପ୍ରଜାତିର ଫିଜାଣ୍ଟ, ଶାଗୁଣା, ଅସୁସ୍ଥ ପ୍ରାଣୀ ଓ ସାପମାନଙ୍କ ଖାଦ୍ୟ ପାଇଁ ଏହି କେନ୍ଦ୍ର କରାଯାଇଛି। କିନ୍ତୁ କେନ୍ଦ୍ରରେ ପ୍ରଜନନ ପାଇଁ ଉଦ୍ୟମ କରାଯାଉ ନ ଥିବାରୁ ଆବଶ୍ୟକ ଖାଦ୍ୟ ଯୋଗାଣ ବିଭାଗ କିଣିି ଆଣୁଥିବାର ଦେଖିବାକୁ ମିଳିଛି। କିନ୍ତୁ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ନନ୍ଦନକାନନକୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ଏ ବିଷୟରେ କେନ୍ଦ୍ରର ଦାୟିତ୍ୱରେ ଥିବା ରେଞ୍ଜ ଅଫିସର ରଞନ କୁମାର ମହାନ୍ତ କୁହନ୍ତି, ଏଠାରେ କିଛି ପ୍ରଜନନ ହେଉନାହିଁ। ସବୁ କିଣା ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri