ଲକ୍ଷ୍ମୀ ମନ୍ଦିର ହୁଣ୍ଡିରୁ ଚୋରି

କୋଣାର୍କ,୪ା୧(ଡି.ଏନ୍‌.ଏ.): କୋଣାର୍କ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ମନ୍ଦିରର ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ପ୍ରାୟ ୧୦ହଜାର ଟଙ୍କା ଚୋରି କରି ନେଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପରିଚାଳକ ନିରଞ୍ଜନ ବାରିକଙ୍କ ଅଭିଯୋଗକୁ ଭିତ୍ତିକରି କୋଣାର୍କ ପୋଲିସ ତଦନ୍ତ ଚଳାଇଛି। ଦିନ ଦ୍ୱିପ୍ରହରରେ ମା’ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି ନେଇ ସାଧାରଣରେ ଚର୍ଚ୍ଚା ବିଷୟ ପାଲଟିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।