ଲକ୍ଷ୍ମୀପୂଜା ପାଇଁ ଗାଁ ଚଳଚଞ୍ଚଳ

ବଇଣ୍ଡା,୧୪।୧୦(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ବସ୍‌ଷ୍ଟାଣ୍ଡ, କଦଳୀମୁଣ୍ଡା, ବୈଷ୍ଣବ ସାହି, ଧୁଣ୍ଡି, ଆନନ୍ଦମୁଣ୍ଡା, ହଣ୍ଡପା, ଲୁହାମୁଣ୍ଡା, ଇଚ୍ଛାପୁର, ସରଗୀପାଲି, ଖଣ୍ଡହତା, ଘୋଷ, ସଞ୍ଜାମୁରା, ତୁରୁଡ଼ା, ଆଠମଲ୍ଲିକ ବ୍ଲକ ଠାକୁରଗଡ଼, ସିମିଳିଆ ଆଦି ଗ୍ରାମ ଗୁଡ଼ିକରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଛି। ଏଥିପାଇଁ ଗାଁ ଉତ୍ସବମୁଖର ହୋଇ ପଡ଼ିଥିବାବେଳେ ରଙ୍ଗବେରଙ୍ଗ ଆଲୋକମାଳା ଯୋଗୁ ପୂଜା ମଣ୍ଡପଗୁଡ଼ିକ ଝଲସି ଉଠୁଛି। ରବିବାର କଳସ ଶୋଭାଯାତ୍ରା ପରେ ପୂଜା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନଙ୍କ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଅନ୍ନଭୋଗର ବ୍ୟବସ୍ଥା କରାଯାଇଛି। ସେହିପରି ମନୋରଞ୍ଜନ ପାଇଁ ମେଲୋଡ଼ି, ଦଣ୍ଡନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି। ସାରେ ପୂଜା ମଣ୍ଡପରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳା ପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ତ କର୍ମକର୍ତ୍ତା ସହଯୋଗ କରୁଛନ୍ତି।
ଫଟୋ- ବଇଣ୍ଡାରେ ଅନୁଷ୍ଠିତ ଲକ୍ଷ୍ମୀପୂଜା