Categories: ଜାତୀୟ

ଲକ୍ଷ୍ନୌ ରେଳଷ୍ଟେଶନ୍‌ରେ ହେଲଥ୍‌ ଏଟିଏମ୍‌

ଲକ୍ଷ୍ନୌ,୫।୧୧: ଯାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ରେଳ ବିଭାଗ ପକ୍ଷରୁ ଲକ୍ଷ୍ନୌ ଷ୍ଟେଶନ୍‌ରେ ହେଲଥ୍‌ ଏଟିଏମ୍‌ କିଓସ୍କୋ ସ୍ଥାପନ କରାଯାଇଛି। ଏଠାରେ ରେଳଯାତ୍ରୀ ୫୦ରୁ ଶହେ ଟଙ୍କା ପୈଠ କରି ୧୬ ପ୍ରକାର ସ୍ବାସ୍ଥ୍ୟ ଯାଞ୍ଚ୍‌ କରିପାରିବେ। ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଅନ୍ତର୍ଗତ ଏହା କରାଯାଇଛି। କିଛି ମିନିଟ୍‌ ମଧ୍ୟରେ ଯାତ୍ରୀଙ୍କୁ ସେମାନଙ୍କର ସ୍ବସ୍ଥ୍ୟ ରିପୋର୍ଟ ମଧ୍ୟ ଦିଆଯାଉଛି। ହାର୍ଟ, ଲିଭର, ଡାଇବେଟିସ୍‌ ସମସ୍ୟା ଥିବା ଲୋକଙ୍କ ଲାଗି ଯାତ୍ରା ସମୟରେ ଏହି କିଓସ୍କୋ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇପାରିବ। ଏହା ଦ୍ୱାରା ଯାତ୍ରୀ ଉପକୃତ ହୋଇପାରିବେ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।

Share