ଲକ୍ଷାଧିକ ଟଙ୍କାର କାଠ ଜବତ, ୨ ଗିରଫ

ପାଲଲହଡ଼ା, ୧୫।୮(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ସିବିଡ଼ା ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଶାଳ କାଠ ଚାଲାଣ ବେଳେ ବନ ବିଭାଗର ଏକ ଟିମ୍‌ ଚଢ଼ାଉ କରି ୩ଟି ଗାଡ଼ି ଜବତ କରିଛି। ଏଥିରେ ସମ୍ପୃକ୍ତ ଅଭିଯୋଗରେ ୨ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ସମ୍‌ସୁଲ ଆଲାମ ଏବଂ ଇନ୍ଦ୍ରଜିତ୍‌ ନାୟକ। ଅଭିଯୁକ୍ତଙ୍କ ଘର କେନ୍ଦୁଝର ଜିଲା ରାଇଁସୁଅଁା ଅଞ୍ଚଳରେ।
ସିବିଡ଼ା ସଂରକ୍ଷିତ ଜଙ୍ଗଲରୁ ବୁଧବାର ବିଳମ୍ବିତ ରାତିରେ ଯୋଜନାବଦ୍ଧ ଭାବେ ସ୍କର୍ପିଓ ଏବଂ ବୋଲେରୋରେ କାଠ ଚାଲାଣ କରାଯାଉଥିବା ଗୋଇନ୍ଦା ସୂଚନା ମିଳିଥିଲା। ଏହାପରେ ବନ ବିଭାଗ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।