ଲକ୍ଷଣ ନ ଥିବା ୬୫ ପ୍ରତିଶତ କରୋନା ସଂକ୍ରମିତଙ୍କ ଯୋଗୁ ଭୋପାଳରେ ସଙ୍କଟ

ଭୋପାଳ,୨୬।୪: କରୋନା ସଂକ୍ରମଣ ନେଇ ଭାରତରେ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ମଧ୍ୟପ୍ରଦେଶରେ କରୋନା ସଂକ୍ରମଣକୁ ନେଇ ଏକ ବଡ଼ ସମସ୍ୟା ଦେଖାଦେଇଛି। ଏଠାରେ ୬୫ ପ୍ରତିଶତଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ। ମାତ୍ର ପରବର୍ତ୍ତୀ ସମୟରେ ସେମାନେ ସୁପର ସ୍ପ୍ରେଡର ପାଲଟିଛନ୍ତି। ସେହିପରି ୩୫ ପ୍ରତିଶତ ସଂକ୍ରମିତଙ୍କଠାରେ ଲକ୍ଷଣ ପ୍ରକାଶ ପାଇଛି। ଅପରପକ୍ଷରେ ୮୦ ପ୍ରତିଶତ ସଂକ୍ରମିତଙ୍କଠାରେ ପୂର୍ବରୁ ଅନ୍ୟ କୌଣସି ରୋଗ ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ୩୦ ପ୍ରତିଶତ ସଂକ୍ରମିତଙ୍କ ବୟସ ୩୧ରୁ ୪୦ ବର୍ଷ ମଧ୍ୟରେ ହୋଇଥିବାବେଳେ ୧୭ ପ୍ରତିଶତଙ୍କ ବୟସ ୨୧ରୁ ୩୦ ବର୍ଷ ମଧ୍ୟରେ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।

Share