ରୋହିତ ସେଟ୍ଟୀଙ୍କ ‘ଖତ୍‌ରୋଁ କେ ଖିଲାଡୀ’ର ଶୁଟିଂ ଆରମ୍ଭ: ପ୍ରଥମ ଦିନର ଭିଡିଓ ଲିକ୍‌

ସୋଫିଆ,୬।୮: ଟେଲି ଜଗତର ପପୁଲାର ରିଅଲଟି ଶୋ ‘ଖତ୍‌ରୋଁ କେ ଖିଲାଡୀ’ ଖୁବ୍‌ଶୀଘ୍ର ଦର୍ଶକ ଟିଭିରେ ଦେଖିପାରିବେ। ଏଥିପାଇଁ ସମସ୍ତ ପ୍ରସ୍ତୃତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ଥର ମଧ୍ୟ ଶୋର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ହୋଷ୍ଟ ଭାବେ ନଜର ଆସୁଥିବା ବେଳେ ଏଥର କିଛି ନୂଆ ଓ କଷ୍ଟକର ଷ୍ଟଣ୍ଟ ଦେଖିବାକୁ ମିଳିବ। ଏହି ଶୋର ଶୁଟିଂ ଅଗଷ୍ଟ ୫କୁ ବୁଲଗାରିଆରେ ଆରମ୍ଭ ହୋଇଛି। ଶୁଟିଂ ଆରମ୍ଭର ପ୍ରଥମ ଦିନରୁ ହିଁ ସେଟ୍‌ରୁ କିଛି ଭିଡିଓ ସୋସିଆଲ ମିଡିଆରେ ଲିକ୍‌ ହୋଇଥିବା ଜଣାପଡ଼ିଛି। ଲିକ୍‌ ହେବା ପରେ ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଥିବା ବେଳେ ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଭିଡିଓରେ ଶୋର କଣ୍ଟେଷ୍ଟାଣ୍ଟ ତଥା ଟେଲି କଳାକାର କରଣ ପଟେଲ ଦୁଇ ବିଦେଶୀ ଯୁବତୀଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଶୋର ଅନ୍ୟ କଣ୍ଟେଷ୍ଟାଣ୍ଟମାନେ କରଣଙ୍କ ଡ୍ୟାନ୍ସର ଖୁବ୍‌ ମଜା ନେଉଥିବା ନଜର ଆସିଛନ୍ତି। ସେହିପରି ଅନ୍ୟ ଭିଡିଓଟିରେ ଧର୍ମେଶ ୟେଲଣ୍ଡେ ସୁଉଚ୍ଚରେ ବନ୍ଧାହୋଇଥିବା ଏକ କେବୁଲ ସାହାଯ୍ୟରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ତେବେ ଏହି ଭିଡିଓଗୁଡିକୁ ଦେଖିଲେ ଲାଗୁଛି ପ୍ରଥମ ଦିନରେ ହୋଇଥିବା ଶୁଟିଂରେ କଣ୍ଟେଷ୍ଟାଣ୍ଟମାନେ ଖୁବ୍‌ ମଜା କରିଛନ୍ତି। ଅପରପକ୍ଷରେ ରୋହିତ ମଧ୍ୟ ଶୋର ସେଟ୍‌ରୁ ତାଙ୍କର ଏକ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଚଳିତ ଥର ଏହି ଶୋରେ କରଣ ପଟେଲ, କରିଶ୍ମା ତନ୍ନା, ଶିବିନ ନାରଙ୍ଗ, ଅଦା ଖାନ, ଆରଜେ ମଲିଷ୍କା, ବଲରାଜ ସମେତ ବହୁ ପପୁଲାର ଟେଲି କଳାକାର ନଜର ଆସିବେ।

Share