Categories: ଖେଳ

ରୋହିତ ଶର୍ମାଙ୍କୁ ପ୍ରଶଂସାରେ ପୋତି ପକାଇଲେ ପାକିସ୍ତାନ କ୍ରିକେଟର୍‌

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମେ ଓପନିଂ କରି ଶତକ ଅର୍ଜନ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପାକିସ୍ତାନର ପୂର୍ବତନ ବୋଲର୍‌ ସୋଏବ ଅଖତର। ସେ କହିଛନ୍ତି, ୨୦୧୩ରେ ପ୍ରଥମଥର ପାଇଁ ରୋହିତଙ୍କୁ ଭେଟିଥିଲି। ଆଉ ତାଙ୍କୁ ନାଁ ପଚାରିଥିଲି, ସେ ଆଶ୍ଚର୍ଯ୍ୟ ହୋଇ କହିଥିଲେ ମୋ ନାଁ ତ ରୋହିତ ଶର୍ମା। ମୁଁ ସେତେବେଳେ ତାଙ୍କୁ ନାଁ ଆଗରେ ‘ଜି’ ଲଗାଇବାକୁ ପରାମର୍ଶ ଦେଇଥିଲି। ‘ଜି’ର ଅର୍ଥ ସେ ପଚାରିବାରୁ ମୁଁ ‘ଗ୍ରେଟ୍‌ ରୋହିତ ଶର୍ମା’ କହିଥିଲି। ଧୀରେ ଧୀରେ ସେ ଏହି ନାଁର ସାର୍ଥକତା ପ୍ରତିପାଦନ କରୁଛନ୍ତି। ଏକଦିବସୀୟ ମ୍ୟାଚ୍‌ ଭଳି ଟେଷ୍ଟରେ ମଧ୍ୟ ସେ ସଫଳ ହେବେ।

Share