Categories: ଖେଳ

ରୋହିତ ଶର୍ମାଙ୍କୁ ଡରି ତାଙ୍କ ପାଖ ମାଡୁ ନ ଥିଲେ ଝିଅ ସମାଇରା, ଜାଣନ୍ତୁ କାହିଁକି

ମୁମ୍ବାଇ,୧୧।୧୨: ମୁମ୍ବାଇରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ ପୂର୍ବରୁ ବିସିସିଆଇ ଟୁଇଟରରେ ଏକ ଭିଡିଓ ଅପଲୋଡ୍‌ କରିଛି। ଭିଡିଓରେ ରୋହିତ ଶର୍ମା ନିଶ କାଟିବା ନେଇ ବଡ ଖୁଲାସା କରିଛନ୍ତି। ଚହଲ ଟିଭିକୁ ଦେଇଥିବା ସାକ୍ଷାତକାରରେ ରୋହିତ୍‌ କହିଛନ୍ତି, ଝିଅ ସମାଇରା ଯୋଗୁ ସେ କ୍ଲିନ୍‌ ସେଭ୍‌ କରିଛନ୍ତି। ବଡ ନିଶ ରଖିଲେ ଝିଅ ଡରି ତାଙ୍କ ପାଖ ମାଡୁ ନ ଥିଲା। ଏହି କାରଣରୁ ସେ କ୍ଲିନ୍‌ ସେଭ୍‌ କରିବାକୁ ବାଧ୍ୟ ହୋଇଥିଲେ ବୋଲି ରୋହିତ କହିଛନ୍ତି। ସୂଚନାଯୋଗ୍ୟ, ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ଟି-୨୦ରେ ରୋହିତ୍‌ ଶର୍ମାଙ୍କ ପାଖରେ ନୂଆ ରେକର୍ଡ କରିବାର ସୁଯୋଗ ରହିଛି। ରୋହିତ୍‌ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରେ ୪୦୦ ଛକା ମାରିବାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଏହାଛଡା ରୋହିତ ଆଉ ଏକ ରେକର୍ଡର ଅଧିକାରୀ ମଧ୍ୟ ହୋଇପାରନ୍ତି। ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନର ରେକର୍ଡ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ନାଁରେ ଅଛି। କୋହଲି ୬୯ ଇନିଂସରେ ୨୫୬୩ ରନ କରିଛନ୍ତି । ତେବେ ରୋହିତ୍ ଏହି ମାମଲାରେ କୋହଲିଙ୍କଠାରୁ ମାତ୍ର ୧ ରନ ପଛରେ ଅଛନ୍ତି। ରୋହିତ୍‌ ୯୫ ଇନିଂସରେ ୨୫୬୨ ରନ କରି ଦ୍ୱିତୀୟରେ ଅଛନ୍ତି।

Share