Categories: ଖେଳ

ରୋହିତଙ୍କ ୧୦ ହଜାର ରନ୍‌

ହାମିଲଟନ,୨୯।୧- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମା ୬୫ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଏହି ଅବସରରେ ଏକ ସ୍ବତନ୍ତ୍ର ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବେ ୧୦,୦୦୦ ରନ୍‌ ପୂରଣ କରିସାରିଛନ୍ତି। ଏହି ମାଇଲଷ୍ଟୋନ ଛୁଇଁବା ଲାଗି ରୋହିତଙ୍କୁ ୫୬ ରନ୍‌ ଦରକାର ଥିଲା। ୮ମ ଓଭରର ଅନ୍ତିମ ବଲରେ ସେ ଏହି ସଫଳତା ହାସଲ କରିଥିଲେ। ତାଙ୍କ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ କେବଳ ୩ ଭାରତୀୟ ବ୍ୟାଟ୍ସମ୍ୟାନ ଓପନର ଭାବେ ୧୦ ହଜାର ରନ୍‌ କିମ୍ବା ତା’ଠୁ ଅଧିକ ରନ୍‌ କରିଛନ୍ତି। ଏଥିରେ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଓ ବୀରେନ୍ଦ୍ର ସେହ୍ବାଗ ରହିଛନ୍ତି। ଗାଭାସ୍କର ଓପନର ଭାବେ ୧୨,୨୫୮ ରନ୍‌ କରିଥିଲେ। ସେହିଭଳି ଓପନର ଭାବେ ସେହ୍ବାଗ ୧୬,୧୧୯ ରନ୍‌ କରିଥିବାବେଳେ ସଚିନ ୧୫,୩୧୦ ରନ୍‌ କରିଥିଲେ।

Share