Categories: ଖେଳ

ରୋହିତଙ୍କ ପରେ ମୟଙ୍କଙ୍କ ଶତକ: ଭାରତ ବଡ ସ୍କୋର ଆଡକୁ ଅଗ୍ରସର

ବିଶାଖାପାଟଣା,୩।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତର ସ୍ଥିତି ମଜଭୁତ ହୋଇଛି। ହିଟମ୍ୟାନ ରୋହିତ୍‌ ଶର୍ମାଙ୍କ ପରେ ମୟଙ୍କ ଅଗ୍ରୱାଲ ଦମଦାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ଫଳରେ ଭାରତ ବଡ ସ୍କୋର ଆଡକୁ ଅଗ୍ରସର ହେଉଛି। ଭାରତ ପ୍ରଥମ ଦିବସରେ ବର୍ଷା ବାଧାପ୍ରାପ୍ତ ସୁଦ୍ଧା ୫୯.୧ ଓଭରରେ ବିନା ଉଇକେଟ ହରାଇ ୨୦୨ ରନରୁ ଖେଳ ଆରମ୍ଭ କରିଥିଲା। ମୟଙ୍କ କ୍ୟାରିୟର ପ୍ରଥମ ଶତକ ହାସଲ କରିଥିଲେ। ୨୦୪ଟି ବଲ୍‌ ଖେଳି ୧୩ଟି ଚୌକା ଏବଂ ୨ଟି ଛକା ସହ ସେ ନିଜ ଶତକ ପୂରଣ କରିଥିଲେ। ୭୩ ଓଭରରେ ଭାରତ ବ୧ିନା କୌଣସି ଉଇକେଟ ହରାଇ ୨୫୯ ରନ କରିସାରିଲାଣି। ରୋହିତ୍‌ ୧୪୮ ଏବଂ ମୟଙ୍କ ୧୦୮ ରନର ପାଳି ଖେଳି କ୍ରିଜରେ ଅଛନ୍ତି।

Share