ରୋହିଙ୍ଗ୍ୟାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ପ୍ରସ୍ତାବ: ଜାତିସଙ୍ଘରେ ୧୩୪ ଦେଶ କଲେ ସମର୍ଥନ

ଜେନେଭା,୨୮।୧୨: ମ୍ୟାନ୍‌ମାର୍‌ରେ ରୋହିଙ୍ଗ୍ୟା ମୁସଲମାନ୍‌ଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଜାତିସଂଘରେ ବିରୋଧ କରାଯାଇଛି। ଏନେଇ ଜାତିସଙ୍ଘର ୧୯୩ ଦେଶ ମଧ୍ୟରୁ ଏହି ପ୍ରସ୍ତାବକୁ ୧୩୪ ଦେଶଙ୍କ ସମର୍ଥନ ମିଳିଛି। ୯ ଦେଶ ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିବାବେଳେ ୨୮ ଦେଶ ମତଦାନରୁ ବିରତ ରହିଥିଲେ। ଦେଶରେ ମୁସଲମାନ୍‌ଙ୍କ ସମେତ ଅନ୍ୟ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚର ବନ୍ଦ ପାଇଁ ଏହି ପ୍ରସ୍ତାବରେ ଦାବି କରାଯାଇଛି। ଦେଶରେ ମାନବାଧିକାରର ଉଲ୍ଲଂଘନ କରାଯାଇଥିବା ପ୍ରସ୍ତାବରେ ଦର୍ଶାଯାଇଥିଲା।

Share