Categories: ଜାତୀୟ

ରୋହତାଙ୍ଗ୍‌ରେ ବରଫପାତ: ଅଟକି ରହିଲା ୧୫୦ ଗାଡ଼ି; ୨ଶହ ଲୋକ ଉଦ୍ଧାର

କୁଲ୍ଲୁ/ମନାଲି,୮।୧୦: ରୋହତାଙ୍ଗ୍‌ରେ ପ୍ରବଳ ବରଫପାତ ଜାରି ରହିଛି। ରାସ୍ତାରେ ଅଧଫୁଟ ବରଫ ଜମି ରହିବାରୁ ଯାନାବାହନ ଯାତାୟାତ କରିବା ସମ୍ଭବ ହୋଇ ପାରୁନାହିଁ। ସୋମବାର ରାତିରେ ହୋଇଥିବା ବରଫପାତ ଯୋଗୁ କୁଲ୍ଲୁ ଏବଂ ଲାହୌଲ ସ୍ପିତିକୁ ସଂଯୋଗ କରୁଥିବା ରୋହତାଙ୍ଗ୍‌ ଦର୍ଶ ରାସ୍ତାରେ ୧୫୦ରୁ ଅଧିକ ଗାଡ଼ି ରାସ୍ତାରେ ଅଟକି ରହଥିଲା। ଏକ ସେନା ଗାଡ଼ି ମଧ୍ୟ ରାସ୍ତାରେ ରହିଯାଇଥିଲା। ଗାଡ଼ିରେ ଥିବା ୨ଶହରୁ ଅଧିକ ଲୋକ ଦୀର୍ଘ ସମୟ ଧରି ଗାଡ଼ିରେ ବସିରହିଥିଲେ। ଶେଷରେ ବର୍ଡର ରୋଡ୍‌ ଅର୍ଗାନାଇଜେଶନ୍‌ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ।

Share