ରୋଷେଇ ଘର ପାଣି ପାଇପରୁ ବାହାରିଲା ମଦ: ଲୋକେ ଆଶ୍ଚର୍ଯ୍ୟ

ତ୍ରିଶୂର,୬।୨: ଘରକୁ ଦିଆଯାଇଥିବା ପାଣି ପାଇପରୁ ପାଣି ବଦଳରେ ମଦ ବାହାରିବା ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ତେବେ କେରଳର ତ୍ରିଶୂର ଜିଲାରେ ଏମିତି ଦୃଶ୍ୟ ଦେଖିବାକୁ ମିିଳିଛି। ତ୍ରିଶୂର ଚଲାକୁଡି ଅଞ୍ଚଳରେ ଥିବା ଏକ ସୋଲୋମନେ ଏଭେନ୍ୟୁ ଆପାର୍ଟମେଣ୍ଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ଦେଖିବା ପରେ ସେଠାରେ ରହୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ପାଇପରୁ ବାହାରୁ ଥିବା ପାଣିରୁ ମଦ ଗନ୍ଧ ବାହାରୁଥିବା ଖବର ପ୍ରଚାର ହୋଇଯିବା ପରେ ସ୍ଥାନୀୟ ଲୋକ ନଗର ନିଗମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ଅବକାରୀ ବିଭାଗର ଏକ ବଡ ଭୁଲ୍‌ ସାମ୍ନାକୁ ଆସିଥିଲା। ସୂଚନାଯୋଗ୍ୟ, ନିକଟରେ ଅବକାରୀ ବିଭାଗ ପ୍ରାୟ ୪୫୦୦ ଲିଟର ମଦ ଜବତ କରିଥିଲେ। ଯାହାକୁ ଏକ ଖାଲରେ ଫୋପାଡି ଦିଆଯାଇଥିଲା। ଏହା କାହା ନଜରକୁ ଆସି ନ ଥିଲା ଯେ ଉକ୍ତ ମଦ ବୋହିଯାଇ ନିକଟରେ ଥିବା କୂଅରେ ମିଶିଯିବ। ଯେଉଁଠାରୁ ସୋଲୋମନେ ଏଭେନ୍ୟୁ ଆପାର୍ଟମେଣ୍ଟକୁ ପାଣି ଯୋଗାଇବାର ମୁଖ୍ୟ ସ୍ରୋତ। ଏହି ଭୁଲ୍‌ ପାଇଁ ଆପାର୍ଟମେଣ୍ଟରକୁ ଯାଉଥିବା ପାଣିରେ ମଦ ମିଶିଯାଇଥିଲା। ଫଳରେ ପାଣି ପାଇପରେ ମଦ ମିଶା ପାଣି ଆସିବାରୁ ଲୋକେ ଅଭିଯୋଗ କରିଥିଲେ।

Share