ରୋମାନ୍ସରେ ବୁଡିଲେ ସନ୍ନିଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ନାୟକ ସନ୍ନି ଦେଓଲଙ୍କ ପୁଅ କରନ ଦେଓଲ ଏବେ ରୋମାନ୍ସରେ ବୁଡି ରହିଥିବା ଦେଖିବାକୁ ମିଳିଛି। ସନ୍ନିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଲ୍‌ ପଲ୍‌ ଦିଲ୍‌ କେ ପାଶ’ରେ କରନ ଡେବ୍ୟୁ କରୁଛନ୍ତି। ଏବେ ଏହାର ଏକ ଗୀତ ରିଲଜ୍‌ ହୋଇଥିବା ବେଳେ କରନ ନବାଗତା ସାହେର ବାମ୍ବାଙ୍କ ସହ ଖୁବ୍‌ ରୋମାନ୍ସ କରୁଥିବା ଦେଖାଯାଇଛି। ‘ଆଧା ଭି ଜ୍ୟାଦା’ ଗୀତରେ ଉଭୟଙ୍କ ରୋମାନ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏବେ ଏହା ସୋସିଆଲ ମିଡିଆରେ ଖୁବ୍‌ ଲୋକପ୍ରିୟ ହୋଇଛି ବୋଲି ଦେଖାଯାଇଛି। ତେବେ ଅଭିନେତା ଧର୍ମେନ୍ଦ୍ରଙ୍କ ତୃତୀୟ ପିଢି ଏବେ ବଲିଉଡ୍‌ରେ ରାଜ୍‌ କରିବାକୁ ପ୍ରସ୍ତୁତ ବୋଲି ଆଲୋଚନା ହେଉଛି।

Share