Categories: ଖେଳ

ରୋନାଲ୍ଡୋଙ୍କ ହେୟାର ଷ୍ଟାଇଲକୁ ପ୍ରଶଂସକଙ୍କ ନାପସନ୍ଦ

ରୋମ,୧।୧- ଲୋକପ୍ରିୟତ ଅନ୍ତର୍ଜାତୀୟ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନୂଆ ହେୟାର ଷ୍ଟାଇଲକୁ ପ୍ରଶଂସକମାନେ ନା ପସନ୍ଦ କରିଛନ୍ତି। ପର୍ତ୍ତୁଗାଲ ଷ୍ଟାରଙ୍କୁ ଚଳିତ ସପ୍ତାହରେ ଦୁବାଇଠାରେ ଗ୍ଲୋବ ସକର ପୁରସ୍କାର ବିତରଣ ଉତ୍ସବରେ ବିଶ୍ୱର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ସେ ନିଜର ନୂଆ ଲୁକ ଦେଖାଇଥିଲେ। ଏହାକୁ ଟୁଇଟରରେ ପ୍ରଶଂସକମାନେ ନାପସନ୍ଦ କରିବା ସହ ଗାରେଥ ବାଲେଙ୍କ ହେୟାର ଷ୍ଟାଇଲକୁ ନକଲ କରାଯାଇଥିବା ଲେଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ତୁମେ ରୋନାଲ୍ଡୋଙ୍କୁ ରିୟଲ ମାଡ୍ରିଡରୁ ନେଇପାରିବ। କିନ୍ତୁ ତାଙ୍କ ମଧ୍ୟରେ ଥିବା ବାଲେଙ୍କୁ ନୁହେଁ। ଆଉ ଜଣେ ଟୁଇଟ୍‌ କରିଛନ୍ତି, ରୋନାଲ୍ଡୋ ବାଲେଙ୍କ ଭଳି ଦେଖାଯାଉଛନ୍ତି। କ୍ରୀଡ଼ାବିତଙ୍କ ମଧ୍ୟରେ ରୋନାଲ୍ଡୋଙ୍କ ସବୁଠୁ ଅଧିକ ଫ୍ୟାନ ଫଲୋଇଂ ରହିଛି। ନିକଟରେ ସେ ଭିନ୍ନକ୍ଷମ ଛୁଆଙ୍କ ସହ ଖେଳୁଥିବାର ଭିଡିଓ ଟୁଇଟ୍‌ କରି ପ୍ରଶଂସକଙ୍କ ମନ ଜିତିଥିଲେ।

Share