Categories: ଖେଳ

ରୋନାଲ୍ଡୋଙ୍କ ରେକର୍ଡ ସ୍କୋର

ଫେରାରା,୨୩।୨- କ୍ରିଷ୍ଟିଆନୋ ରୋନାଲ୍ଡୋ ପେସାଦାର ଫୁଟବଲରେ ୧୦୦୦ ମ୍ୟାଚ୍‌ ଖେଳିଛନ୍ତି। ଏହି ମ୍ୟାଚ୍‌ରେ ଗୋଲ ସ୍କୋର କରି ଏହାକୁ ସ୍ମରଣୀୟ କରି ଦେଇଛନ୍ତି। ଚଳିତ ସିରି ଏ’ ଲିଗ୍‌ରେ ଜୁଭେଣ୍ଟସ ପାଇଁ ଖେଳୁଥିବା ରୋନାଲ୍ଡୋଙ୍କ ଏହା କ୍ରମାଗତ ୧୧ତମ ଗୋଲ। ଏଥିଯୋଗୁ ଶୁକ୍ରବାର ଅନୁଷ୍ଠିତ ଲିଗ୍‌ ମ୍ୟାଚ୍‌ରେ ଜୁଭେଣ୍ଟସ ୨-୧ ଗୋଲରେ ଏସ୍‌ପଲକୁ ହରାଇ ଦେଇଛି। ରୋନାଲ୍ଡୋଙ୍କ ଛଡ଼ା ବିଜୟୀ ଦଳ ଲଗି ଆରୋନ ରାମସେ ଗୋଲ ସ୍କୋର କରିଥିଲେ। ଏହି ବିଜୟ ଯୋଗୁ ଜୁଭେଣ୍ଟସ କ୍ରମାଗତ ୯ମ ସିରି ଏ’ ଟାଇଟଲ ହାତେଇବା ନିଶ୍ଚିତ ହୋଇଛି। ଚଳିତ ସିଜନରେ ୩୫ ବର୍ଷୀୟ ରୋନାଲ୍ଡୋଙ୍କ ଏହା ୨୧ତମ ଗୋଲ। ଫଳରେ ସେ ଫାବିଓ କୁଆଗଲିରେଲା ଓ ଗାବ୍ରିଏଲ ବାତିଷ୍ଟୁଟାଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଏମାନେ ଲିଗ୍‌ରେ କ୍ରମାଗତ ୧୧ ମ୍ୟାଚ୍‌ରେ ଗୋଲ ଦେଇଛନ୍ତି। ଦେଶ ଓ କ୍ଲବ ସ୍ତରରେ ସେ ଏକ ହଜାର ମ୍ୟାଚ୍‌ ପୂରଣ କରିଛନ୍ତି। ଜାତୀୟ ଦଳ ପର୍ତ୍ତୁଗାଲ ବ୍ୟତୀତ ସ୍ପୋର୍ଟିଂ, ମାଞ୍ଚେଷ୍ଟର ୟୁନାଇଟେଡ୍‌, ରିଅଲ ମାଡ୍ରିଡ୍‌ ଭଳି ପ୍ରମୁଖ ଦଳ ପକ୍ଷରୁ ସେ ଖେଳିସାରିଛନ୍ତି।

Share