ରୋଜଗାର ତାଲିକାରେ ପ୍ରଥମ ସ୍ଥାନରେ କୋହଲି; ଦ୍ୱିତୀୟରେ ଅକ୍ଷୟ

ଓ୍ବାଶିଂଟନ,୧୯।୧୨: ଫୋବର୍ସ ପତ୍ରିକା ପକ୍ଷରୁ ଭାରତର ଶ୍ରେଷ୍ଠ ଶହେ ସେଲିବ୍ରିଟିଙ୍କ ରୋଜଗାର ତାଲିକା ଜାରି କରାଯାଇଛି। ତାଲିକାରରେ କ୍ରିକେଟର ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି। ଗତବର୍ଷ ଏହି ତାଲିକାରେ ସଲମାନ୍‌ ଖାଁ ପ୍ରଥମ ସ୍ଥାନରେ ଥିଲେ। ତେବେ ଚଳିତ ବର୍ଷ ଭାଇଜାନ୍‌ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅକ୍ଷୟ କୁମାର ରହିଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ବିଗ୍‌ ବି ଅମିତାଭ ବଚ୍ଚନ ରହିଛନ୍ତି। ଗତ ବର୍ଷ ବିଗ୍‌ ବି ସପ୍ତମ ସ୍ଥାନରେ ଥିଲେ। ତାଲିକାରେ ଷଷ୍ଠସ୍ଥାନରେ କିଙ୍ଗ୍‌ ଖାଁ ଶାହରୁଖ୍‌, ସପ୍ତମରେ ରଣବୀର ସିଂ, ଅଷ୍ଟମରେ ଆଲିଆ ଭଟ୍ଟ ରହିଛନ୍ତି।

Share