ରୋଗ ପ୍ରତିଶେଧକ କ୍ଷମତା ବୃଦ୍ଧି କରେ ଶୁଖିଲା ନଡିଆ

ଶୁଖିଲା ନଡ଼ିଆ ଖାଇବା ସ୍ବାସ୍ଥ୍ୟ ପକ୍ଷେ ବହୁତ ଉପକାରୀ। ଏଥିରେ କୋଲେଷ୍ଟ୍ରଲ୍‌ ବା ଟ୍ରାନ୍ସ ଫ୍ୟାଟ୍‌ ଆଦୌ ନାହିଁ। ଏଥିରେ ସେଲେନିୟମ୍‌, କପର୍‌ ଓ ଡ଼ାଏଟ୍ରି ଫାଇବର୍‌ ଭରପୂର ମାତ୍ରାରେ ଅଛି। ଏହି କାରଣରୁ ଶୁଖିଲା ନଡ଼ିଆ ବହୁତ ଉପକାରୀ ହୋଇଥାଏ।
ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ।
ଗୋଟେ ଛୋଟ ଶୁଖିଲା ନଡ଼ିଆରେ ପାଖାପାଖି ୫.୨ ମାଇକ୍ରୋଗ୍ରାମ୍‌ ସେଲେନିୟମ୍‌ ଥାଏ। ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିଶେଧକ କ୍ଷମତା ବଢ଼ିଥାଏ।
ଶୁଖିଲା ନଡ଼ିଆରେ ଡ଼ାଇଡ୍ରି ଫ୍ୟାଟ୍‌ ଭରପୂର ମାତ୍ରାରେ ଥାଏ। ସେଥିପାଇଁ ଏହା ହୃଦୟ ରୋଗରେ ବହୁତ ଲାଭକାରୀ ହୋଇଥାଏ।

୧୦୦ ଗ୍ରାମ୍‌ ନଡ଼ିଆରୁ ୩.୩୨ ମିଲିଗ୍ରାମ୍‌ ଆଇରନ୍‌ ଥାଏ। ପ୍ରତ୍ୟେକ ଦିନ ଆବଶ୍ୟକ ହେଉଥିବା ୧୮ ପ୍ରତିଶତ ଆଇରନ୍‌ ଏଥିରୁ ମିଳିଥାଏ। ଏହା ରକ୍ତ ତିଆରି କରିବାରେ ସହାୟକ ହୋଇଥାଏ।

ନିଜେ ଖାଇବା ସହିତ ପିଲାମାନଙ୍କୁ ମଧ୍ୟ ଶୁଖିଲା ନଡ଼ିଆ ଖାଇବାକୁ ଦିଅନ୍ତୁ ଏଥିରେ କପର୍‌ ଥିବା ଯୋଗୁ ଏହା ସ୍ମରଣଶକ୍ତିକୁ ଆହୁରି ତୀକ୍ଷ୍‌ଣ କରିଥାଏ।

ଦୁର୍ବଳ ସ୍ବାସ୍ଥ୍ୟ ଥିବା ଲୋକମାନେ ଶୁଖିଲା ନଡ଼ିଆ ଖାଇବା ଜରୁରୀ। ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।