ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ପିଆଜପାଣି

ବର୍ଷାଦିନେ ଭୂତାଣୁ ଓ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ବୃଦ୍ଧି ପାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ଥଣ୍ଡା, କାଶ ଓ ଜ୍ୱର ଯୋଗୁ ଶରୀର ଦୁର୍ବଳ ହୋଇଯାଏ। ଏହି ସବୁ ସମସ୍ୟା ପିଆଜ ପାଣି ହିଁ ଦୂର କରିପାରିବ।
ଗୋଟିଏ ପିଆଜ ନେଇ ତାହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏକ ଗିନାରେ କିଛି ପାଣି ନେଇ ସେଥିରେ କଟା ପିଆଜ ପକାଇ ୬-୮ ଘଣ୍ଟା ରଖନ୍ତୁ। ଏହାପରେ ଦିନକୁ ଦୁଇଥର ୨-୩ ଟେବୁଲ ଚାମଚ ପିଆଜପାଣି ପିଅନ୍ତୁ। ଏହି ଡୋଜ୍‌ରୁ କିଛି କମ୍‌ କରି ପିଲାଙ୍କୁ ବି ଦେଇପାରିବେ। ପିଆଜପାଣିରେ କିଛି ମହୁ ମିଶାଇଲେ ଏହାର ସ୍ବାଦ ବଢିଯାଏ ଓ ଆଣ୍ଟିଇମ୍ଫ୍ଲାମେଟୋରି ଗୁଣ ପ୍ରକାଶ ପାଏ। ଭାଇରାଲ ଜ୍ୱର , ଥଣ୍ଡା ଓ କାଶ ପାଇଁ ପିଆଜ ପାଣି ବହୁତ ଭଲ କାମ କରେ। ପିଆଜରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିଇମ୍ଫ୍ଲାମେଟୋରି ଭିଟାମିନ ରହିଛି, ଯାହା ଥଣ୍ଡା ଦୂର କରିବାରେ ସାହାଯ୍ୟ କରେ। ଏଥିରେ ଥାଇଓସଲ୍‌ଫେଟ୍‌ସ, ସଲ୍‌ଫାଇଡସ ଓ ସଲ୍‌ଫୋକ୍ସାଇଡ କେମିକାଲ ରହିଥିବାରୁ ଏହା ଆଣ୍ଟିଭାଇରାଲ ଭଳି କାମ କରେ। ପିଆଜ ପାଣି ଶରୀରକୁ ହାଇଡ୍ରେଟ ରଖିବା ସହ ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାର କରିବାରେ ସହାୟକ ହୋଇଥାଏ।