ରୋଗ ପ୍ରତିରୋଧକ ଶକ୍ତି ବଢାଏ ଅଦା ଚା’

ଶୀତଦିନ ଆରମ୍ଭ ହେଲାଣି। ଋତୁ ବଦଳିବା ସହିତ ବିଭିନ୍ନ ପ୍ରକାରର ରୋଗ ଆଶଙ୍କା ବଢ଼ିଯାଏ। ଏପରିସ୍ଥଳେ ରୋଗରୁ ରକ୍ଷା ଏବଂ ସୁସ୍ଥ ରହିବା ଲାଗି ଅଦା ଚା’ ରାମବାଣ ସଦୃଶ ହୋଇଥାଏ। ଅଦା ଚା’ର କେବଳ ସ୍ବାଦ ଭଲ ନୁହେଁ, ଏହା ଅନେକ ରୋଗରୁ ମଧ୍ୟ ରକ୍ଷା କରେ। ଭିଟାମିନ ସି, ମ୍ୟାଗ୍ନେସିୟମ ଓ ଅନ୍ୟାନ୍ୟ ମିନେରାଲ୍ସରେ ଭରପୂର ଅଦା ଚା’ରେ ମହୁ ମିଶାଇବା ସେବନ କରିବା ଦ୍ବାରା ଅନେକ ସ୍ବାସ୍ଥ୍ୟଗତ ଲାଭ ମିଳିଥାଏ।

ଅଦା ଚା’ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।

ଅଦା ମିଶ୍ରିତ ଚା’ରେ ତୁଳସୀ ରସ ମିଶାଇ ପିଇଲେ ଏହା ଶରୀର ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

ଅଦା ଚା’ ପିଇଲେ ଶରୀରରେ ଚର୍ବି ହ୍ରାସ ଘଟିଥାଏ।

ଅଦାରେ ଆଣ୍ଟି-ଇମ୍ଫ୍ଲେମେଣ୍ଟାରି ଗୁଣ ଥାଏ। ଯାହା ଆଣ୍ଠୁଗଣ୍ଠି ବିନ୍ଧାରୁ ମଧ୍ୟ ରକ୍ଷା କରିଥାଏ।

ଅଦା ଚା’ ପିଇଲେ କଫ ଜନିତ ସମସ୍ୟା ଦୂର ହୁଏ।