ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ…

ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦ ଜୟପୁର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ବିଭିନ୍ନ ଫଳ, ପନିପରିବା ଏବଂ ମସଲା ଜାତୀୟ ସାମଗ୍ରୀ ବେଶ୍‌ ଲାଭଦାୟକ। ଜାଣନ୍ତୁ ଏ ସମ୍ପର୍କରେ…

ଭିଟାମିନ ସି’ ଯୁକ୍ତ ଫଳ, ପନିପରିବା:
ଭିଟାମିନ୍‌ ସି’ ଥିବା ସମସ୍ତ ପ୍ରକାର ଫଳ ଓ ପନିପରିବା ଖାଦ୍ୟରେ ସାମିଲ କରନ୍ତୁ। ଖରାଦିନେ ଦିନକୁ ୩-୪ଥର ଘରେ ଲେମ୍ବୁପାଣି ପିଅନ୍ତୁ। ଏହା ଦ୍ବାରା ମନ ଫୂର୍ତ୍ତି ରହିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ।

ଦେଶୀ ଘିଅ:
ଏଥିରେ ଥିବା ପୋଷକତତ୍ତ୍ବ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରେ। ପ୍ରତିଦିନ ସକାଳେ ଗୋଟିଏ ଚାମଚ ଶୁଦ୍ଧ ଦେଶୀଘିଅ ଖାଇଲେ ସ୍ବାସ୍ଥ୍ୟ ପକ୍ଷେ ଭଲ।
ରସୁଣ:
ରସୁଣ ସ୍ବାସ୍ଥ୍ୟ ପାଇଁ ସବୁଠୁ ଭଲ। ପ୍ରତ୍ୟେକ ଖାଦ୍ୟରେ ରସୁଣ ସାମିଲ କରନ୍ତୁ। ପ୍ରତିଦିନ ସକାଳେ ଖାଲିପେଟରେ ୨/୩ଟି ରସୁଣ ପାଖୁଡ଼ା ଖାଇବା ସ୍ବାସ୍ଥ୍ୟ ପକ୍ଷେ ହିତକର। ରାତିରେ ମଧ୍ୟ ଖାଇବା ସମୟରେ ୨/୩ ପାଖୁଡ଼ା ରସୁଣ ସାମିଲ କରନ୍ତୁ।

ଅମୃତଭଣ୍ଡା:
ଏହାକୁ କଞ୍ଚା ଏବଂ ପାଚିଲା ମଧ୍ୟ ଖାଇ ହୁଏ। ପ୍ରତିଦିନ ରୋଷେଇରେ ଅମୃତଭଣ୍ଡା ସାମିଲ କରନ୍ତୁ। ଏହା ଶରୀରକୁ ଶକ୍ତି ଯୋଗାଇବାରେ ବେଶ୍‌ ସହାୟକ ହୋଇଥାଏ।