ରୋଗ ପ୍ରତିରୋଧକ ଶକ୍ତି ଓ ଡାଇବେଟିସ୍‌

ଡାଇବେଟିସ ଏପରି ଏକ ସମସ୍ୟା ଯାହା ଥରେ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଯଦି ଦୀର୍ଘ ମାସ ଧରି ଆପଣଙ୍କର ସୁଗାର ସ୍ତର ଅସନ୍ତୁଳିତ ରହିଲା ତେବେ ତାହା ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟିକରିବା ଯଥେଷ୍ଟ ଆଶଙ୍କା ରହିଛି। ଆମେରିକୀୟ ବିଶେଷଜ୍ଞଙ୍କ ଦ୍ୱାରା ଏକ ସଦ୍ୟତମ ସର୍ଭେରୁ ଏକଥା ଜଣାପଡ଼ିଛି। ଦୀର୍ଘବର୍ଷ ଧରି ଡାଇବେଟିସ୍‌ରେ ପୀଡ଼ିତ ବ୍ୟକ୍ତିଙ୍କର ସୁଗାର ସ୍ତର ଯଦି ସନ୍ତୁଳିତ ନ ରହିଲା ଏବଂ ମେଦବହୁଳତା ସମସ୍ୟା ଲାଗି ରହିଲା ତେବେ ତାହା ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ଏଚ୍‌ଆଇଭି ପରି ମାରାତ୍ମକ ଭୂତାଣୁ ବଂଶବିସ୍ତାର କରିବା ଯଥେଷ୍ଟ ଆଶଙ୍କା ରହିଛି। କାରଣ ସର୍ଭେ ସମୟରେ କେତେକ ଡାଇବେଟିସ୍‌ ରୋଗୀଙ୍କଠାରେ ଏଚ୍‌ଆଇଭି ଭାଇରସ ଦେଖିବାକୁ ମିଳିଥିଲା। ବାରମ୍ବାର ସୁଗାର ସ୍ତର ଅସନ୍ତୁଳିତ ରହିବା ଏହାର କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ବିଶେଷଭାବରେ ବୟସ୍କ ବ୍ୟକ୍ତିଙ୍କଠାରେ ଏପରି ସମସ୍ୟା ଦେଖାଯିବା ଆଶଙ୍କା ରହିଛି ବୋଲି ଆମେରିକୀୟ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।