ରୋଗ ଉଜାଡ଼ିଦେଲା ସୁଖ, ଦୟନୀୟ ସ୍ଥିତିରେ ଜୀବନ: ଦୁଇ ଦିବ୍ୟାଙ୍ଗ ପୁଅର ସେବା କରୁଛନ୍ତି ବୃଦ୍ଧବାପା

ଜୟପୁର,୭ା୯(ନି.ପ୍ର.) ପୁଅ ଜନ୍ମ ହେଲେ ବୃଦ୍ଧକାଳରେ ସାହା ହେବ। ଏହି ଆଶାରେ ବଞ୍ଚତ୍ଥିବା ବାପ କିନ୍ତୁ ପରିଣତ ବୟସରେ ଏବେ ଦୁଇ ଜଣ ଦିବ୍ୟାଙ୍ଗ ପୁଅଙ୍କ ସେବା କରୁଛନ୍ତି। ଦୟନୀୟ ସ୍ଥିତିରେ ଚାଲିଛି ସେମାନଙ୍କ ଜୀବନ। ମା’ ଆରପାରିକୁ ଚାଲିଯାଇ ଥିବାବେଳେ ବାପା ହିଁ ଏହି ଦୁଇ ସନ୍ତାନଙ୍କ ପାଇଁ ସବୁ କିଛି। କୋରାପୁଟ ଜିଲା କଙ୍ଗା ପଞ୍ଚାୟତ ଖଡ଼ପା ଗ୍ରାମରେ ମଣିଷ ଜୀବନର ଏଭଳି ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି।
ସ୍ତ୍ରୀ, ୩ ଝିଅ ଓ ୪ ପୁଅଙ୍କୁ ନେଇ ଭକ୍ତରାମ ଭତ୍ରା (୬୦)ଙ୍କ ପରିବାର। ତାଙ୍କର ୨ ପୁଅ ପୋଲିଓରେ ଆକ୍ରାନ୍ତ ହେବା ପରେ ଦିବ୍ୟାଙ୍ଗ ପାଲଟିଗଲେ। ସ୍ତ୍ରୀ ବି ଅକାଳରେ ଚାଲିଯିବା ପରେ ତାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଲା। ଆର୍ଥତ୍କ ସ୍ଥିତି ଭଲ ନ ଥିବାବେଳେ ଭକ୍ତ ଜମିରେ ମୁଲ ଲାଗିଲେ ପରିବାର ଚଳେ ା ଅଧିକାଂଶ ସମୟ ୨ ପୁଅଙ୍କ ସେବାରେ ବିତି ଯାଉଥିବାରୁ ଘରର ଆର୍ଥତ୍କ ସ୍ଥିତି ବି ଭଲ ନାହିଁ। ଭଙ୍ଗା ଚାଳ ଛପର ଘରେ ଜୀବନ ବିତୁଥିବାବେଳେ କେବଳ ଦିବ୍ୟାଙ୍ଗ ପ୍ରମାଣପତ୍ର ଖଣ୍ଡେ ହାତରେ ଧରାଇ ପ୍ରଶାସନ ନିଜ ଦାୟିତ୍ୱ ସାରିଦେଇଛି। ରାଶନ କାର୍ଡ଼ କଟିଯାଇଥିବା ବେଳେ ବାରମ୍ବାର ଆବେଦନ ସତ୍ତ୍ୱେ ଆବାସ ଘରଟିଏ ବି ପ୍ରଶାସନ ଏ ଯାଏ ଯୋଗାଇନାହିଁ। ଭକ୍ତଙ୍କ ଦୁଇ ପୁଅ ଘନଶ୍ୟାମ ଭତ୍ରା (୨୫) ଓ ଦୁର୍ଯ୍ୟୋଧନ ଭତ୍ରା (୧୯) ଯୁବକ ଅବସ୍ଥାରେ ଏବେ ଯନ୍ତ୍ରଣା ଭୋଗୁଛନ୍ତି। ଜନ୍ମରୁ ସବୁ ଠିକ୍‌ ଥିବାବେଳେ ୨ ଭାଇ ସ୍କୁଲକୁ ଯାଉଥିଲେ। କିନ୍ତୁ ପରେ ପୋଲିଓରେ ଆକ୍ରାନ୍ତ ହେବା ପରେ ସେମାନଙ୍କ ଏପରି ଅବସ୍ଥା ହୋଇଛି ା ଉଭୟ ୮ରୁ ୧୦ ବର୍ଷର ଶିଶୁ ପରି ଦେଖାଯାଉଛନ୍ତି। ଯୌବନରେ ଜୀବନକୁ ଉପଭୋଗ କରିବା ବଦଳରେ ସେମାନେ ଏବେ ଶଯ୍ୟାଶାୟୀ। ଅନ୍ୟପକ୍ଷରେ ଜୀବନର ଅପରାହ୍ନରେ ବୃଦ୍ଧ ବାପାଙ୍କୁ ଏହି ୨ ପୁଅ ସାହା ହେବା ବଦଳରେ ଓଲଟି ବୃଦ୍ଧ ବାପାଙ୍କ ସାହାରାରେ ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି। ବହୁବର୍ଷ ବର୍ଷ ତଳେ ୨ଟି ପୁଅ ହରାଇ ସାରିଛନ୍ତି ଭକ୍ତ। ଏଥିରେ ପୁଣି ସରକାରୀ ସୁବିଧାରୁ ବଞ୍ଚତ୍ତ ହୋଇ ଅଭିଶପ୍ତ ଜୀବନ ଜିଉଛନ୍ତି ସେ ଓ ତାଙ୍କ ଦୁଇ ଦିବ୍ୟାଙ୍ଗ ପୁଅ। ସେମାନଙ୍କର ସବୁ ନିତ୍ୟକର୍ମ କରୁଥିବା ଭକ୍ତ ବାଷ୍ପରୁଦ୍ଧ କହିଛନ୍ତି ଯେ ତାଙ୍କ ପରେ ଦୁଇ ପୁଅଙ୍କ ଦେଖାରେଖା କିଏ କରିବ। ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ।